ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ମହଲରୁ ନିନ୍ଦା, ନୟାଗଡ଼ରେ ରାସ୍ତାରୋକ

Nayagarh Strike

ନୟାଗଡ଼: ନନ୍ଦିଘୋଷ ଟିଭିର ସାମ୍ବାଦିକ ଓ କ୍ୟାମେରା ପର୍ସନଙ୍କୁ ଯଦୁପୁରରେ ଆକ୍ରମଣ ଘଟଣା । ନୟାଗଡ଼ରେ ସାଧାରଣ ଲୋକଙ୍କ ପକ୍ଷରୁ ଆକ୍ରମଣର ପ୍ରତିବାଦ କରାଯାଇଛି । ନୟାଗ଼ଡ ଟ୍ରାଫିକ୍ ଛକରେ ରାସ୍ତାରୋକ କଲେ ସାଧାରଣ ଲୋକ । ବିଜେପି ବିରୋଧୀ ନାରା ଦେଲେ ପ୍ରତିବାଦକାରୀ । ଜିଲ୍ଲା ବାହାରୁ ଗୁଣ୍ଡା ଆଣି ବିଜେପି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ହୋଇଛି । ଗୁଣ୍ଡାଗର୍ଦ୍ଦି କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ନୟାଗଡ଼ ଟ୍ରାଫିକ୍‌ ଛକଠାରେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସାଧାରଣ ଜନତା ।

ସୂଚନାଯୋଗ୍ୟ, ଗଣମାଧ୍ୟମର କଣ୍ଠରୋଧ କରିବାକୁ ବିଜେପିର ଅପପ୍ରୟାସ । ପରୀ ପଲିଟିକ୍ସରେ ବ୍ରେକ ଲାଗିବା ପରେ ହତାଶ ହୋଇପଡିଛି ବିଜେପି । ଯଦୁପୁରରେ ବିଜେପି କର୍ମୀ କାର୍ଯ୍ୟରତ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ନନ୍ଦିଘୋଷ ଟିଭି ପ୍ରତିନିଧି ଅନୁଜ ଦାସ, ପ୍ରଦୀପ ପ୍ରଧାନ ଓ କ୍ୟାମେରା ପର୍ସନ ବିଷ୍ଣୁ ତରାସିଆ ।

ବିଜେପି ପଦଯାତ୍ରାରେ ଲେଖାଶ୍ରୀ, ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ୱୀରାଜ୍‌ ହରିଚନ୍ଦନ ସାମିଲଥିଲେ । ଏହି ସମସ୍ତଙ୍କ ଉପସ୍ଥିତିରେ ହିଁ ବିଜେପି କର୍ମୀ ଗୁଣ୍ଡାଗିରି କରିବାକୁ ସାହସ ପାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବିଜେପି ନିଜକୁ କଣ ଦର୍ଶେଇବାକୁ ଚାହୁଁଛି ? ପରୀ ସତ ପଦାକୁ ଆସିବା ପରେ ବିଜେପି କାହିଁକି ରକ୍ତମୁଖା ହୋଇପଡିଛି ? କଣ ବିଜେପି ନିଜ ଇଚ୍ଛାରେ ତଦନ୍ତ ଚାହୁଁଥିଲା ? ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି । ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ବରିଷ୍ଠ ସାମ୍ବାଦିକ ମାନେ ମତ ପ୍ରକାଶ କରିଛନ୍ତି ।

ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନେକ ସାଂସଦ ମାନେ ମଧ୍ୟ ଏଭଳି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି । ସେହିଭଳି ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସମଙ୍ଗରାଜ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ନିଜ ଟ୍ୱିଟ୍‌ ଜରିଆରେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଅନ୍ୟପଟେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । 

 

Leave a Reply