ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଋଷର ରକେଟ୍ ମାଡ଼

1 min read

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ମାଡ଼ । ଦଶମ ଦିନରେ ପହଞ୍ଚିଛି ଋଷିଆ-ୟୁକ୍ରେନ ଯୁଦ୍ଧ । କିବ୍ କବଜା ପାଇଁ ୟୁକ୍ରେନର ବିଭିନ୍ନ ସହରରେ ବୋମା ମାଡ଼ କରି ଆଗକୁ ଆଗକୁ ମାଡି ଚାଲିଛି ଋଷ ସେନା । ଏ ମଧ୍ୟରେ ଶନିବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ କରିଛି ଋଷ ।  ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Russia Media Claims Volodymyr Zelenskyy Left Ukraine For Poland

ତେବେ ଋଷର ଟାର୍ଗେଟ୍ ଫେଲ୍ ମାରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏବେ ବି ଯୁଦ୍ଧ ଜାରି ରହିଛି । ଶୁକ୍ରବାର ଦିନ ପରମାଣୁ ପ୍ଲାଣ୍ଟକୁ କବଜା କରିଛନ୍ତି ଋଷ ସେନା । ପରମାଣୁ ପ୍ଲାଣ୍ଟର ଆଡମିନ ବ୍ଲକ ଓ କଣ୍ଟ୍ରୋଲ ବ୍ଲକକୁ ଅକ୍ତିଆର କରି ନେଇଥିଲା ଋଷ ସେନା । କିନ୍ତୁ ଗୁଳି ମାଡରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା । ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କହିଛନ୍ତି ଯେ, ବିଦେଶୀଙ୍କୁ ୟୁକ୍ରେନ ହ୍ୟୁମାନ ସିଲ୍ଡ ବା ମାନବ ପ୍ରତିବନ୍ଧକ ଭାବେ ଛିଡା କରିଛି ୟୁକ୍ରେନ ।

ଅନ୍ୟପଟେ ଯୁଦ୍ଧ ପରିସ୍ଥିତି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଦେଶ ଛାଡ଼ି ପୋଲାଣ୍ଡ ପଳାଇଥିବା କହିଛି ଋଷ । ହେଲେ ଋଷର ଏହି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ଜେଲେନସ୍କି ଏବେ ବି ୟୁକ୍ରେନରେ ଅଛନ୍ତି ବୋଲି ୟୁକ୍ରେନ ସ୍ପଷ୍ଟ କରିଛନ୍ତି । ସେ ଏକ ବଙ୍କର ଭିତରେ ଥିବା ଜଣାପଡିଛି । ଏପଟେ ଭାରତ ସରକାର ସେଠାରେ ଫଶି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଛନ୍ତି  ।

Leave a Reply