ସ୍ପେସରେ ମିଳିବ ପିଜା ଖାଇବାର ସୁଯୋଗ, ଏହିସବୁ ସାମଗ୍ରୀ ଧରି ଉଡାଣ ଭରିଲା ରକେଟ୍

1 min read

ୱାଶିଂଟନ୍: ନର୍ଥ୍ରୋପ୍ ଗ୍ରୁମ୍ୟାନ୍ ପକ୍ଷରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯୋଗାଣ ପାଇଁ Cygnus resupply spacecraftର ଲଞ୍ଚ କରାଯାଇଛି। ଯାହା ୭ ଜଣ ମହାକାଶଚାରୀଙ୍କ ଲାଗି ପିଜାର ସ୍ପେଶାଲ ଡେଲିଭରି କରିବା ପାଇଁ ଉଡାଣ ଭରିଛି ।

ସ୍ପେସରେ ମିଳିବ ପିଜା ଖାଇବାର ସୁଯୋଗ-

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଥିବା ମହାକାଶଚାରୀମାନେ ଏହା ମାଧ୍ୟମରେ ପିଜା ଖାଇବାକୁ ସୁଯୋଗ ପାଇବେ । ଏହି ସ୍ପେସ୍ କ୍ରାଫ୍ଟ ଗୁରୁବାର ସୁଦ୍ଧା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବ। ସ୍ପେସ୍ ଷ୍ଟେସନକୁ ଉଡାଣ ଭରିଥିବା  ଏହି ସ୍ପେସ୍ କ୍ରାଫ୍ଟ ହେଉଛି Northrop Grummanର ୧୬ତମ କାର୍ଗୋ ଫ୍ଲାଇଟ୍ । ଏଥି ସହିତ ବାଣିଜ୍ୟିକ ଯୋଗାଣ ସେବାରେ ଏହା ହେଉଛି ପଞ୍ଚମ ବିମାନ ।

ପ୍ରାୟ ୮୨୦୦ ପାଉଣ୍ଡର ଏହି ସିପମେଣ୍ଟରେ ମହାକାଶଚାରୀଙ୍କ ପାଇଁ ସାଇନ୍ସ ଓ ରିସର୍ଚ୍ଚ କ୍ରୁ ସପ୍ଲାଇ, ଭେହିକିଲ୍ ହାର୍ଡୱେର୍, ISS ଏବଂ କ୍ରୁଙ୍କ ନିକଟକୁ ପଠାଯାଇଛି | ରିପୋର୍ଟ ଅନୁଯାୟୀ, ଏହି ସିପମେଣ୍ଟରେ ପିଜା କିଟ୍, ଚିଜ୍ ସ୍ମୋରଗସବୋର୍ଡ, ଟମାଟୋ ଏବଂ କିୱି ଭଳି ସାମଗ୍ରୀ ମଧ୍ୟ ରହିଛି। ନାସାର ୱାଲପ୍ସ ଫ୍ଲାଇଟ୍ ସୁବିଧାରେ କମ୍ପାନୀର ଆଣ୍ଟାରେସ୍ ରକେଟରୁ ଏହି କ୍ୟାପସୁଲ୍ କୁ ଛଡାଯାଇଛି । ତେବେ ଏହା ଏଯାବତ୍ ନିର୍ମିତ ସବୁଠାରୁ ଭାରୀ ରକେଟ୍ ।

ସୂଚନା ଅନୁଯାୟୀ, Cygnus spacecraft ନଭେମ୍ବର ପର୍ଯ୍ୟନ୍ତ ସ୍ପେସ୍ ଷ୍ଟେସନରେ ରହିବ । କିନ୍ତୁ ପୃଥିବୀର ବାୟୁମଣ୍ଡଳରେ ଏହାର ରି-ଏଣ୍ଟ୍ରି ଡିସ୍ଟକ୍ଟିବ ହୋଇଯିବ । ଯେତେବେଳେ ଏହା ହଜାର ହଜାର ପାଉଣ୍ଡ ଆବର୍ଜନା ପକାଇ ପୃଥିବୀରେ ପ୍ରବେଶ କରିବ । CRS-16 ସାଇଗ୍ନସ୍ ମହାକାଶଯାନର ନାମକରଣ ଆମେରିକାର ମହାକାଶଚାରୀ ଏଲିସନ ଓନିଜୁକାଙ୍କ ନାମରେ କରାଯାଇଛି । ସେ ଏଭଳି ପ୍ରଥମ ଏସୀୟ ଆମେରିକୀୟ ଥିଲେ, ଯିଏକି ମହାକାଶକୁ ଯାଇଥିଲେ ।

Leave a Reply