ରାଉରକେଲାରୁ ରାଜ୍ୟ ବାହାରେ ବିକ୍ରି ହେଉଥିଲା, ଶିଶୁ କନ୍ୟା ବାବଦକୁ ୮୦ ହଜାର ଓ ଶିଶୁପୁତ୍ରକୁ ୪ ଲକ୍ଷ ଟଙ୍କା

ରାଉରକେଲାରେ ଶିଶୁ ବିକ୍ରି କରୁଥିବା ରାକେଟର ସାତ ଜଣ ଗିରଫ  ।  ଗରିବ ଓ ଅସହାୟ ମହିଳାଙ୍କୁ ଅର୍ଥ ଲୋଭ ଦେଖାଇ ଶିଶୁ କିଣିନେଵା ପରେ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ ରାଜ୍ୟ  ବାହାରେ ବିକ୍ରି କରୁଥିଲେ ଅଭିଯୁକ୍ତ  । ଶିଶୁ କନ୍ୟାକୁ ୪୦ ହଜାରରୁ ୮୦  ହଜାର ଟଙ୍କା ଓ  ଶିଶୁ ପୁତ୍ରକୁ ତିନି ଲଷରୁ ୪ ଲଷ ଟଙ୍କାରେ କିଣି ବିକ୍ରି କରୁଥିଲେ ରାକେଟ ସଦସ୍ୟ ।  ରାକେଟର ଅନ୍ୟ ଫେରାର ସଦସ୍ୟଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ  ହୋଇଛି ।

ପୁଅ ପାଇଁ ୪ଲକ୍ଷ, ଝିଅ ପାଇଁ ୮୦ ହଜାର। ପିଲା ବିକ୍ରି ପାଇଁ ବେଧଡ଼କ ବାର୍ଗେନିଂ । ପିଲାଙ୍କ ବୋଲି ଲଗାଉଛନ୍ତି ବେପାରୀ । ଟାର୍ଗେଟ୍‌ରେ ବସ୍ତି ଅଞ୍ଚଳର ଗରିବ ପରିବାର । ଡିଲ୍‌ ଫାଇନାଲ୍‌ ପରେ ଶିଶୁଙ୍କୁ ଠିକଣାସ୍ଥଳରେ ପହଞ୍ଚାଉଥିଲେ ଦଲାଲ୍‌। ଲକ୍‌ଡାଉନ୍‌ରେ ରାଉରକେଲା ସହର ଛାତି ଉପରେ ଏମିତି ଚାଲିଥିଲା ଶିଶୁ ବିକ୍ରି ରାକେଟ୍‌। ନା ଆଇନକୁ ଡର ନା ପୋଲିସକୁ ଭୟ । ବେଧଡ଼କ୍‌ ଚାଲିଥିଲା ଶିଶୁ ବିକ୍ରି ରାକେଟ୍‌ । ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କରିଛି ପୋଲିସ । ଟିମ୍ଵର କଲୋନୀର ସୀମା ଖୁଣ୍ଟିଆ ନାମକ ଜଣେ ଗରିଵ ମହିଳାଙ୍କୁ ଶିଶୁ କନ୍ୟା ଯୋଗାଡ଼ କରିବାକୁ କହିଥିଲେ ରାକେଟ୍ ଦୁଇ ସଦସ୍ୟା। ଶୁଣନ୍ତୁ , କେମିତି ହୋଇଥିଲା ଡିଲ୍‌ । ସନ୍ଦେହ ହେବାରୁ ସୀମା ଏନେଇ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସକୁ ଜଣାଇଥିଲେ। ଆଉ ସୂଚନା ଆଧାରରେ ଶିଶୁ ବିକ୍ରି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୀମା ଅଗ୍ରୱାଲ, ସରୀତା ଅଗ୍ରୱାଲ, ନିତା ଅଗ୍ରୱାଲ, ଆଶା ଦେଵୀ, ଶିଲା ଗୁପ୍ତି, ନିଖିଲ ଅଗ୍ରୱାଲ ଓ ସୁନିଲ ଅଗ୍ରୱାଲ  । ରାକେଟରେ ସମ୍ପୃକ୍ତ ଅନ୍ୟ ଜଣେ ମହିଳା ଫେରାର ହୋଇଯାଇଛନ୍ତି। ତେବେ ଅଭିଯୁକ୍ତମାନେ ପୁର୍ଵରୁ ଦୁଇଜଣ ଶିଶୁଙ୍କୁ ଝାଡ଼ଖଣ୍ଡ ଓ ରାୟଗଡ଼ାରେ ବିକ୍ରି କରିଥିବା ପୋଲିସ କହିଛି । କିଭଳି ଚାଲୁଥିଲା ଶିଶୁ ବିକ୍ରି ରାକେଟ୍ ? କିଏ ଏହାର କିଙ୍ଗପିଙ୍ଗ ? ରାକେଟରେ କେତେଜଣ ସଦସ୍ୟ ରହିଛନ୍ତି ? କେତେବାଟ ଲମ୍ବିଛି ଚେର ? ଏ ସମସ୍ତ ଦିଗ ନେଇ ତନାଘନା କରୁଛି ରାଉରକେଲା ପୋଲିସ  ।

ଏଥିସହିତ ପଢ଼ନ୍ତୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ

Leave a Reply