ରାଉରକେଲାରେ ଥମୁନି ଝାଡ଼ାବାନ୍ତି ଆତଙ୍କ

ରାଉରକେଲା: ରାଉରକେଲାରେ ଥମୁନି ଝାଡ଼ାବାନ୍ତି ଆତଙ୍କ । ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଥିବାବେଳେ ୧୧୧ ଜଣଙ୍କର ଚିକିତ୍ସା ଚାଲିଛି ।  ଆକ୍ରାନ୍ତଙ୍କ ରାଉରକେଲା ସରକାରୀ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ୧୧୨ ଜଣଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜର ୪ ଜଣିଆ ଡ଼ାକ୍ତରୀ ଟିମ ପହଞ୍ଚି ଚିକିତ୍ସା ସ୍ଥିତି ଅନୁଧ୍ୟାନ କରୁଛନ୍ତି ।ରାଜ୍ୟ ସ୍ଵାସ୍ଥ୍ୟ ଵିଭାଗର ଗୋଟିଏ ଟିମ ମଧ୍ୟ ରାଉରକେଲା ସହରରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଆକ୍ରାନ୍ତଙ୍କ ପାଇଁ ଔଷଧ ଓ ବେଡର ଵ୍ୟଵସ୍ଥା କରାଯାଇଛି  । ପାନୀୟ ଜଳରୁ ଭୂତାଣୁ ନଥିବା ଜଣା ପଡିବା ପରେ ଏହା ଖାଦ୍ୟରୁ ବ୍ୟାପିଥିବା ସନ୍ଦେହ କରାଯାଉଛି । ମହାନଗର ନିଗମ ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନ ଓ ଫାଷ୍ଟ ଫୁଡ ଷ୍ଟଲରେ ଚଢାଉକୁ ଜୋରଦାର କରାଯାଇଛି ।