ବଢ଼ୁଛି ସଂକ୍ରମଣ, ୩ ଦିନ ପାଇଁ ବନ୍ଦ ହେଲା ଓପିଡି…

Rourkela opd closed for 3 days due to to covid-19 situation

ରାଉରକେଲା: ଷ୍ଟିଲ୍‌ ସିଟି ରାଉରକେଲାରେ ବଢୁଛି କରୋନା ସଂକ୍ରମଣ । ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବନ୍ଦ ହେବ ରାଉରକେଲା ସରକାରୀ ଚିକିତ୍ସାଳୟର ଓପିଡି । ଆସନ୍ତା ୧୩, ୧୪ ଓ ୧୫ ତାରିଖ ତିନି ଦିନ ଧରି ଓପିଡି ଵନ୍ଦ ରହିବ ବୋଲି ସ୍ଥିର କରାଯାଇଛି । ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦେଶାନାମା ମଧ୍ୟ ଜାରି ହୋଇଛି ।

Rourkela OPD Closed

ଓପିଡି ବନ୍ଦ ରହିଲେ ବି ଜରୁରୀକାଳୀନ ସେଵା ଖୋଲା ରହିବ ବୋଲି ଚିକିତ୍ସାଳୟ ପଷରୁ ସୂଚନା ଦିଆଯାଇଛି । ଚିକିତ୍ସାଳୟର ୧୦ରୁ ଅଧିକ କର୍ମଚାରୀ ଓ ଡାକ୍ତର ହୋମ କ୍ୱାରେଣ୍ଟାଇନରେ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ରାଉରକେଲା ସରକାରୀ ଚିକିତ୍ସାଳୟ ନିର୍ଦେଶକ କହିଛନ୍ତି ।

Rourkela OPD Closed

ଆରଜିଏଚ୍‌ ଉପରେ ସୁନ୍ଦରଗଡ଼ ତଥା ଆଖପାଖ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟର କିଛି ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି । ତେବେ କରୋନାକୁ ଦୃଷ୍ଟିରେ ରଖି ରାଉରକେଲା ସରକାରୀ ଚିକିତ୍ସାଳୟ ଓପିଡି ବନ୍ଦ କରାଯାଇଥିବାରୁ ଏହାକୁ ଅନକେ ମହଲରେ ସ୍ୱାଗତ କରାଯାଇଥିଲେ ମଧ୍ୟ ରୋଗୀ ହଇରାଣ ହେଵେ ବୋଲି ଅଭିଯୋଗ ହୋଇଛି ।

ଅନ୍ୟପଟେ ରାଉରକେଲା ସହରରେ ଦୁଇ ଦିନିଆ ସଟଡାଉନ୍‌ର ଆଜି ଦ୍ୱିତୀୟ ଦିନ । ରାଉରକେଲା ମହାନଗର ନିଗମ ଅଞ୍ଚଳ, ରାଉରକେଲା ଷ୍ଟିଲ ଟାଉନ୍‌ସିପ୍‌ ଓ କଲୁଙ୍ଗା ଶିଳ୍ପାଞ୍ଚଳ ଅଞ୍ଚଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସଟ୍‌ଡାଉନ୍‌ ପାଇଁ ରାଉରକେଲା ସହରର ଵିଭିନ୍ନ ସ୍ଥାନରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିବା ବେଳେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

barbil shutdown

ସେହିପରି ଵିରମିତ୍ରପୁର ପୌରପରିଷଦ ଅଞ୍ଚଳରେ ତିନି ଦିନିଆ ସଟ ଡାଉନ ଘୋଷଣା କରାଯାଇଥିବା ବେଳେ ସୁନ୍ଦରଗଡ଼ ପୌରପରିଷଦ ଅଞ୍ଚଳରେ ଦୁଇ ଦିନିଆ ସଟ୍‌ଡାଉନର ଆଜି ଦ୍ୱିତୀୟ ଦିନ । ସଟ୍‌ଡାଉନ ସମୟରେ ମେଡିକାଲ, ଔଷଧ ଦୋକାନ ଖୋଲା ରହିଥିବାବେଳେ ସମସ୍ତ ଜରୁରୀକାଳୀନ ସେବା ଖୋଲା ରହିଛି । ରାସନ ଦୋକାନ ଓ ମିଲ୍କ ବୁଥ ସକାଳ ୬ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖାଯାଇଛି । ସଟ୍‌ଡାଉନ୍‌କୁ ରାଉରକେଲା ସହରବାସୀ ସ୍ବାଗତ କରିଛନ୍ତି ।

Leave a Reply