spot_img

Latest Posts

ଲଗାଣ ବର୍ଷାରେ ଉବୁଟୁବୁ ରାଉରକେଲା: ରାସ୍ତା ଉପରେ ୩ ଫୁଟ ପାଣି

ଲଗାଣ ବର୍ଷାରେ ଉବୁଟୁବୁ ରାଉରକେଲା । ପାଣି ଘେରରେ ସହରର ତଳିଆ ଅଞ୍ଚଳବାସୀ । ରାସ୍ତା ଉପରେ ୩ ଫୁଟ ପାଣି, ବିତୁଛି ଜଳବନ୍ଦୀ ଜୀବନ । ସହରର ବେଦବ୍ୟାସ ଛକ ଠାରୁ ବେଦବ୍ୟାସ ମନ୍ଦିର ରାସ୍ତାରେ ଗୋଟିଏ ବଡ ଗଛ ଉପୁଡି ପଡି ଗୋଟିଏ ପଟ ରାସ୍ତା ଅବରୋଧ ହୋଇ ଗାଡି ଚଳାଚଳ ବ୍ୟାହତ ହୋଇଛି। ଏହାସହ ରାଉରକେଲା ସହରର ଉଦିତନଗର ସାରନା ଛକଠାରୁ ଦେଓଗାଁ ରାସ୍ତାରେ ଦୁଇ ଫୁଟର ବର୍ଷା ଜଳ ଜମି ରହିଥିବାରୁ ରାସ୍ତାରେ ଗାଡି ଚଳାଚଳ ବ୍ୟାହତ ହୋଇଛି । ବିଭିନ୍ନ ସ୍ଥାନରେ ଡ୍ରେନ ଜାମ ରହିଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନପାର ନିଥିବା ଲୋକେ ଅଭିଯୋଗ କରିଛନ୍ତି ।

ପାଣି ଜମି ରହିଥିବାରୁ ବିଶ୍ବକର୍ମା ବିହାର ଅଞ୍ଚଳରେ ୩୦ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ରହିଛି । ସ୍ଥିତିକୁ ଦେଖି ଆରଏମସି, ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ନିଶମ ବାହିନୀ ଜଳ ନିଷ୍କାସନ ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ଷା ଯୋଗୁଁ ରାସ୍ତାରେ ଗୋଟିଏ କାର ଫସି ରହିଥିଲା । ଅଗ୍ନିଶମ ବିଭାଗର ଉଦ୍ୟମ ପରେ କାରଟିକୁ ଉଦ୍ଧାର କରାଯାଇଛି । ରାଉରକେଲା ବିଧାୟକ ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଆସିବା ପୂର୍ବରୁ ଡ୍ରେନେଜ ବ୍ୟବସ୍ଥା ହୋଇ ନଥିବାରୁ ଏପରି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି ।

Latest Posts

Don't Miss