ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି
ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜଲଦା ନିକଟରେ ବିମାନର ଫୋର୍ସ ଲ୍ୟାଣ୍ଡିଂ ଘଟଣା । ଆହତ ଯାତ୍ରୀ ସୁଶାନ୍ତ କୁମାର ବିଶ୍ବାଳଙ୍କ ମୃତ୍ୟୁ । ଅଧିକ ଚିକିତ୍ସା ପାଇଁ ଗତକାଲି ମୁମ୍ବାଇକୁ ଏୟାର ଲିଫ୍ଟ କରିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋରଗାଇ ଦେବା ସହ ତାଙ୍କ ପୁଅକୁ ଚାକିରି ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।
ସୁଶାନ୍ତଙ୍କ ଭଉଣୀ ଅନିତା ସାହୁ ଓ ଦୁଇଜଣ ପାଇଲଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନିତାଙ୍କ ସହ ଦୁଇ ପାଇଲଟ ସୁସ୍ଥ ହେଉଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଆହତ ୩ ଜଣଙ୍କୁ ହସ୍ପିଟାଲର ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି । ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

