spot_img

Latest Posts

‘ମନ କି ବାତ୍’ରେ ଓଡ଼ିଆ ଛାତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ , ଜାଣନ୍ତୁ କିଏ ସେହି ଛାତ୍ରୀ ?

ରାଉରକେଲା: ଓଡିଆ ଝିଅଙ୍କୁ ମୋଦିଙ୍କ ପ୍ରଶଂସା । ‘ମନ କି ବାତ୍’ରେ ଓଡ଼ିଆ ଛାତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଉରକେଲା ସହରର ସେକ୍ଟର ୧୯ରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁ ପଟ୍ଟଚିତ୍ର ଅଙ୍କନ କରି ଦେଶ ବିଦେଶରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି।

ଢେଙ୍କାନାଳ ସାରଙ୍ଗ ଇଞ୍ଜିନିୟରିଂ କଲେଜରେ ଏମଟେକ ମେଟାଲୋଜୀ ବିଭାଗର ଶେଷ ବର୍ଷ ଛାତ୍ରୀ ଥିବା ଭାଗ୍ୟଶ୍ରୀ ଇଞ୍ଜିନିୟରିଂ ପଢୁଥିବା ବେଳେ ନିଶା ହେଉଛି ପଟ୍ଟଚିତ୍ର ଆଙ୍କିବା । ଏହି ପଟ୍ଟଚିତ୍ର ଆଙ୍କିବା ହିଁ ଭାଗ୍ୟଶ୍ରୀଙ୍କୁ ଦେଇଛି ଜାତୀୟ ଓ ଆନ୍ତର୍ଜାତୀୟ ପରିଚୟ । ଅଦରକାରୀ ବିଭିନ୍ନ ସାମଗ୍ରୀ ରେ ପଟ୍ଟଚିତ୍ର ଅଙ୍କନ କରି ଵେଶ ପ୍ରସିଦ୍ଧ ଲାଭ କରିଛନ୍ତି ଭାଗ୍ୟଶ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନକି ବାତରେ ଭାଗ୍ୟଶ୍ରୀଙ୍କ ସଫଳତା ସମ୍ପର୍କରେ କହିବା ପରେ ଭାଗ୍ୟଶ୍ରୀ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଲକଡାଉନରେ ଅନେକ ପଟ୍ଟଚିତ୍ର କରିଥିଲେ ଭାଗ୍ୟଶ୍ରୀ । ସୁଭାଷ ବୋଷଙ୍କ ଜୟନ୍ତୀରେ ପଟ୍ଟଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଥିଲା  ବର୍ଷର ପ୍ରଥମ ମନ କି ବାତ୍ । ଯେଉଁଥିରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । । ସମସ୍ତ ଆକାଶବାଣୀ କେନ୍ଦ୍ରରୁ ମୋଦିଙ୍କ ମନ୍‌ କି ବାତ୍‌ ପ୍ରସାରିତ କରାଯାଇଛି  ।

Latest Posts

Don't Miss