ଭୁବନେଶ୍ୱର: ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଲା ରାଉରକେଲା ସହରରେ ରଙ୍ଗୋଲୀରେ ନିର୍ମିତ ହୋଇଥିବା ୫୦ ଫୁଟ ଲମ୍ବର ହକି ଵିଶ୍ଵ ଟ୍ରଫି। ରାଉରକେଲା ସହରରେ ବିଶ୍ଵର ସର୍ବ ବୃହତ୍ ହକି ଷ୍ଟାଡିୟମ୍ ନିର୍ମାଣ କରି ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଵା ପାଇଁ
ମିଶନ ରାଉରକେଲା ପକ୍ଷରୁ ନିର୍ମିତ ହୋଇଥିଲା ୫୦ ଫୁଟ ଲମ୍ବର ରଙ୍ଗୋଲୀ।

ଗତ ଫେବୃଆରୀ ୨୧ ତାରିଖ ମିଶନ ରାଉରକେଲାର ୬୦ରୁ ଅଧିକ ସଦସ୍ୟ ଦୁଇ ଶହ କେଜି ରଙ୍ଗୋଲୀରେ ୫୦ ଫୁଟ ଲମ୍ବର ରଙ୍ଗୋଲୀରେ ପୁରୁଷ ହକି ଵିଶ୍ଵ କପ ଟ୍ରଫି ନିର୍ମାଣ କରିଥିଲେ । ଅଧିକ ଅଲୋଚନା କରିଛନ୍ତି ରାଉରକେଲା ରିପୋର୍ଟର ଅବନୀ ମହାପାତ୍ର।..

