spot_img

Latest Posts

୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ: ୨ ଫେରାର

ଜୟପୁର: ମାଛକୁଣ୍ଡ ପୋଲିସକୁ ପୁଣି ମିଳିଛି ଏକ ସଫଳତା । କୋରାପୁଟ ଏସପି ମୁକେଶ ଭାମୋଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ପୋଲିସ ଏକଟାପୁଟ ଗାଁର ଖଡୁ କ୍ରିସାନି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ ଏବଂ ୧ କୋଟି ଟଙ୍କାର ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ । କୌଣସି ଏକ ସୂତ୍ରରୁ କୋରାପୁଟ ଏସପି ମୁକେଶ ଭାମୋ ସୂଚନା ପାଇଁ ନନ୍ଦପୁର  ଏସଡିପିଓ ଓ ମାଛକୁଣ୍ଡ ପୋଲିସକୁ ସୂଚନା ଦେଇଥିଲେ ।  ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ଜଳାପୁଟ ଫାଣ୍ଡି ଅଧିକାରୀ ମହେଶ କ୍ରିସାନି, ଡମ୍ବରୁ ଧର ବାତ୍ରିଆ ସମେତ ଏକ ଟିମ ଏକଟାପୁଟ ଗାଁରେ ଗୁରୁବାର ଦିନ ପ୍ରାୟ ସକାଳ ୩ଘଣ୍ଟା ସମୟରେ ପହଞ୍ଚିଥିଲେ  ଏବଂ ଏକଟାପୁଟ ଗାଁର ଖଡୁ କ୍ରୀସାନି ଗୃହରୁ ଗଞ୍ଜେଇ ଜବତ କରିଥିଲେ । ଅନ୍ଧାର ସୁଯୋଗ ନେଇ ପୁଲିସ ହାତରୁ ୨ଜଣ ବ୍ୟକ୍ତି ଖସି ଯିବାରେ ସଫଳ ହୋଇଥିଲେ । ଜବତ ସମସ୍ତ ଗଞ୍ଜେଇ ଲମତପୁଟ ଥାନରେ ଆଣି  ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ୧୩ କ୍ୱିଣ୍ଟାଲ ୯କେଜି ଓଜନ କରିଥିଲେ । ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହାର ଅଧିକ ତଦନ୍ତ ଜାରି ରହି ଥିବା ବେଳେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି  ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି

Latest Posts

Don't Miss