ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ; ସ୍ବତନ୍ତ୍ର ନୀତିକାନ୍ତିରେ ରୁକ୍ମିଣୀଙ୍କ ସହ ମହାପ୍ରଭୁଙ୍କ ବିବାହ

ପୁରୀ:  ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ରୁକ୍ମଣୀ ହରଣ ନୀତି । ବଡି ଭୋରରୁ ଦ୍ବାର ଫିଟା ନୀତି ପରେ ମଙ୍ଗଳ ଆଳତି,ଅବକାଶ ଆଦି ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା । ପରେ ମହାପ୍ରଭୁଙ୍କର ସକାଳ ଧୂପ ନୀତି ବଢିବା ପରେ ଆଲଟ ଲାଗି ନୀତି ସମ୍ପନ୍ନ କରାଯାଇଥିଲା ।

ଅପରାହ୍ନ ଗୋଟାଏରୁ ୫ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ଦିନ ୨ଟା ପରେ ଆରମ୍ଭ ହୋଇଥିଲା ବିଶେଷ ନୀତିକାନ୍ତି । ୫ଟା ମଧ୍ୟରେ ରୁକ୍ମଣୀ ହରଣ ନୀତି ଶେଷ ହୋଇଥିଲା । ରୁକ୍ମଣୀ ହରଣ ଏକାଦଶୀ ଅବସରରେ ଶ୍ରୀମନ୍ଦିରକୁ ଫୁଲରେ ସଜାଯାଇଥିଲା । ଚାରିଦ୍ବାରକୁ ଫୁଲରେ ସଜାଯିବା ସହ ତେଲେଙ୍ଗି ବାଜା ବାଜୁଥିବା ଦେଖିବାକୁ ମିଳିଥିଲା । ଆଜିର ଦିବସରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶାସ ରହିଛି।