spot_img

Latest Posts

ଆଜିଠୁ ବଦଳିବ ଏହି ସବୁ ନିୟମ !

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଅନେକ ପରିବର୍ତ୍ତନ । ଆଜିଠୁ ଅର୍ଥାତ୍ ଫେବୃଆରୀ ୧ ବଦଳିବ ନିୟମ। ଆଜି ୨୦୨୫-୨୬ କେନ୍ଦ୍ର ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟ୍ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆଜିଠୁ ବଦଳିବ ୫ ଟି ନିୟମ । ଯାହାର ପ୍ରଭାବ ଲୋକଙ୍କର ଦୈନନ୍ଦିନ ଜୀବନ ଉପରେ ପଡିପାରେ।

LPG ମୂଲ୍ୟରେ ପରିବର୍ତ୍ତନ 

ସାଧାରଣଃ ପ୍ରତ୍ୟେକ ମାସର ୧ ତାରିଖରେ ସରକାର ଏଲପିଜି ମୂଲ୍ୟ ବଦଳାନ୍ତି। ଏହା ଘର ରୋଷେଇଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପକାଇଥାଏ | ଆଜି LPG ର ନୂତନ ମୂଲ୍ୟ ଜାରି କରାଯାଇପାରେ । କିଛି ଦିନ ଧରି ୧୯ କେଜି କମର୍ଶିଆଲ LPG ସିଲିଣ୍ଡରର ମୂଲ୍ୟରେ ଅନେକ ପରିବର୍ତ୍ତନ ହୋଇଛି। ଅନ୍ୟପଟେ ଅନେକ ଦିନ ଧରି ୧୪ କେଜି ସିଲିଣ୍ଡରର ଦାମ ସ୍ଥିର ରହିଛି । ଏଥିପାଇଁ ଫେବୃଆରୀ ୧ରେ LPG ସିଲିଣ୍ଡରର ଦରରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।

ବୃଦ୍ଧି ପାଇପାରେ ATF ଇନ୍ଧନ ଦର

ଏୟାର ଟର୍ବାଇନ ଇନ୍ଧନ(ATF)ର ଦରରେ ପରିବର୍ତ୍ତନ ଦେଖାଯାଇପାରେ। ଯଦି ଦର ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।

ଏଟିଏମ ଉଠାଣ ଫିସରେ ପରିବର୍ତ୍ତନ 

ନୂଆ ନିୟମ ଅନୁସାରେ, ଏଟିଏମରୁ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟାକୁ କମ କରିଦିଆଯାଇଛି । ଏବେ କେବଳ ପ୍ରତି ମାସରେ ୩ ଫ୍ରି ଟ୍ରାଞ୍ଜାକ୍ସନର ଅନୁମତି ରହିବ । ଏହାପରେ ପ୍ରତି ଅତିରିକ୍ତ ଟ୍ରାଞ୍ଜାକ୍ସନରେ ୨୫ ଟଙ୍କା ଶୁଳ୍କ ପଡିବ । ଯାହା ପୂର୍ବରୁ ୨୦ ଟଙ୍କା ଥିଲା । ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଣ କଲେ ଏହି ଶୁଳ୍କ ୩୦ ଟଙ୍କା ଦେବାକୁ ହେବ । ଆଉ ଗୋଟିଏ ଦିନରେ ଆପଣ କେବଳ ୫୦ ହଜାର ଟଙ୍କା ଉଠାଇ ପାରିବେ। ଏହି ପରିବର୍ତ୍ତନ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେବାକୁ କରାଯାଇଛି।

ମାରୁମହଙ୍ଗାତି ସୁଜିକ କାର କିଣିବା ପଡିବ 

ବଢୁଥିବା ମୂଲ୍ୟକୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ କାର ନିର୍ମାତା ମାରୁତି ସୁଜୁକି ଫେବୃଆରୀ ୧ ରୁ ଏହାର ବିଭିନ୍ନ ମଡେଲର ମୂଲ୍ୟ 32,500 ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛି ଯେଉଁ ମଡେଲଗୁଡିକର ମୂଲ୍ୟ ପରିବର୍ତ୍ତନ ହେବ । ଏଥିମଧ୍ୟରେ ଅଲ୍ଟୋ K10, S-Presso, Celerio, Wagon R, Swift, Dezire, Brezza, Ertiga, Ignis, Baleno, Ciaz, XL6, FrontX, Invicto, Jimny ଏବଂ Grand Vitara ଅନ୍ତର୍ଭୁକ୍ତ ରହିଛି ।

ଡିଜିଟାଲ ବ୍ୟାଙ୍କିଙ୍ଗ ସେବାରେ ବିସ୍ତାର  

ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ  ଓ ଗ୍ରାହକ କୈନ୍ଦ୍ରିକ କରିବା ପାଇଁ ଅନଲାଇନ ଓ ମୋବାଇଲ ବ୍ୟାଙ୍କିଙ୍ଗରେ ନୂଆ ଫିଚର୍ସ ଯୋଡା ଯାଇଛି । ଗ୍ରାହକ ଏବେ ଅଧିକ ସୁରକ୍ଷିତ ଓ ଦ୍ରୁତ ନେଣଦେଣ କରିପାରିବେ । ଡିଜିଟାଲ ମାଧ୍ୟମରେ ପୈଠ କଲେ ଅତିରିକ୍ତ ଲାଭ ଓ କ୍ୟାସବ୍ୟାକ ଲାଭ ବି ମିଳିପାରିବ ।

୧ ଫେବୃଆରୀ ୨୦୨୫ରୁ ଲାଗୁ ହେଉଥିବା ବ୍ୟାଙ୍କ ନୂଆ ନିୟମ  ବ୍ୟାଙ୍କ ସେବାକୁ ଅଧିକ ପ୍ରଭାବୀ ଓ ଗ୍ରାହକ ଅନୁକୂଳ କରିବା ଦିଗରେ ପାଦ ପକାଇବ। ଖାତାଧାରକଙ୍କୁ ନିଜ ବ୍ୟାଙ୍କର ଅଫଲାଇନ ଅଭ୍ୟାସକୁ ବଦଳାଇବାକୁ ପଡିବ। ଏହା ଡିଜିଟାଲ ବ୍ୟାଙ୍କିଙ୍ଗ ଉପଯୋଗୀତାକୁ ପ୍ରୋତ୍ସାହନ ଓ ନଗଦ ନେଣଦେଣକୁ କମ କରିବା ଦିଗରେ କାମ କରିବ।

 

 

 

and-bank-tutc-

Latest Posts

Don't Miss