କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ଚିଲେ ପାରଳାଖେମୁଣ୍ଡି ବିଧାୟକ

ନନ୍ଦିଘୋଷ ବ୍ୟୁରୋ: କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଞ୍ଚିଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ । ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଗତ କିଛିଦିନ ଧରି ଲଗାଣ ବର୍ଷାରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ, ରାଣିପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ଖିଙ୍ଗା ଅଞ୍ଚଳର ଶହଶହ ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏଠାକାର କେନାଲ ପୁନରୁଦ୍ଧାର ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗ ସହ ଆଲୋଚନା କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ନିମନ୍ତେ ପ୍ରଶାସନ ନିକଟରେ ଦାବି କରିବେ ବୋଲି ଆଶ୍ଵାସନା ଦେଇଛନ୍ତି ବିଧାୟକ । ଏବେବି ବର୍ଷା ଜଳରେ ବୁଡି ରହିଛି ଶହଶହ ଏକର ଚାଷଜମି । ଉପରମୁଣ୍ଡରେ ବର୍ଷା ପୁଣି ଲାଗି ରହିଛି । ଫଳରେ ଧାନଚାଷ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ହତାଶ ହୋଇପଡିଛନ୍ତି ଚାଷୀ ।