spot_img

Latest Posts

କିଭ୍‌ରେ ଥିବା ଭାରତୀୟ ଔଷଧ ଗୋଦାମ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କଲା ରୁଷ

ନନ୍ଦିଘୋଷ ଡିଜିଟାଲ: ୟୁକ୍ରେନର ରାଜଧାନୀ କିଭ୍‌ରେ ଥିବା ଭାରତୀୟ ଔଷଧ ଗୋଦାମ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛି ରୁଷ। ରୁଷର ସେନା ପକ୍ଷରୁ କୌଣସି ବୋମା କି କ୍ଷେପଣାସ୍ତ୍ର ଭାରତୀୟ ଔଷଧ ଗୋଦାମରେ ପକାଇଯାଇନଥିବାର କହିଛି ରୁଷ। କୁହାଯାଇଛି, ବୋଧହୁଏ ୟୁକ୍ରେନର ଏୟାର ଡିଫେନସ ମିସାଇଲ୍ ସିଷ୍ଟମର କୌଣସି କ୍ଷେପଣାସ୍ତ୍ର ଔଷଧ ଗୋଦାମରେ ପଡ଼ିଯାଇଛି। ଏହା ପରେ ହେଲଥ କେୟାରର ଗୋଦାମରେ ନିଆଁ ଲାଗି ଯାଇଥିଲା। ଗତ ଏପ୍ରିଲ ୧୨ ତାରିଖରେ ଏହି ଘଟଣା ଘଟିଥିଲା। କିଭ୍‌ର ପୂର୍ବ ଭାଗରେ ଥିବା କୁସୁମ୍ ହେଲ୍‌ଥ କେୟାରର ଔଷଧ ଦୋକାନ ଉପରେ ଆକ୍ରମଣ କରାଯାଇଥିଲା। କିନ୍ତୁ ରୁଷିଆ ସ୍ପଷ୍ଟ କରିଛି ଏହି ଆକ୍ରମଣ କରି ରୁଷର ସେନା ତରଫରୁ ହୋଇନଥିଲା, ଏପରିକି ଆକ୍ରମଣ କରିବାର ଯୋଜନା ବି କରାଯାଇନଥିଲା। ଭାରତରେ ଥିବା ୟୁକ୍ରେନର ଦୂତାବାସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରୁଷିଆ ଏକ ପ୍ରମୁଖ ଭାରତୀୟ ଔଷଧ କମ୍ପାନୀ କୁସୁମର ଗୋଦାମ ଉପରେ ଆକ୍ରମଣ କରିଥିଲା। ମସ୍କୋ ଜାଣିଶୁଣି ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି – ପିଲା ଏବଂ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ନଷ୍ଟ କରୁଛି। ହେଲେ ଏହାକୁ ଖଣ୍ଡନ କରି ରୁଷ ଦୂତାବାସ କହିଛି ଯେ ଏପ୍ରିଲ ୧୨ ତାରିଖରେ ୟୁକ୍ରେନର ମିଲିଟାରି ବିମାନ କଂପ୍ଲେକ୍‌ସ, UAV ଆସେମ୍ବଲି କର୍ମଶାଳାକୁ ଧ୍ଵଂସ କରାଯାଇଥିଲା। କିନ୍ତୁ କୁସୁମ ହେଲଥ କେୟାର ଉପରେ ଆକ୍ରମଣ କରାଯାଇନଥିଲା।

Latest Posts

Don't Miss