ଯୁଦ୍ଧ ଭିତରେ ଇମ୍ରାନ୍ ଖୁସ୍, ମସ୍କୋରେ କହିଲେ ‘ଠିକ୍ ସମୟରେ ପହଞ୍ଚିଛି’

1 min read
Russia Invades Ukraine Imran Khan Says It's Right Time

ମସ୍କୋ: ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରି ସାରିଛି । ପୁଟିନ୍ ଆମେରିକା ଓ ନାଟୋକୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧରେ ମୁଣ୍ଡ ନ ପୂରାଇବାକୁ ଧମକ ଦେଇ ସାରିଲେଣି । ପୂରା ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ଥରହର ହେଉଛି । କାରଣ ଆମେରିକା ଯଦି ଋଷକୁ ଜବାବ ଦିଏ ତେବେ ଯୁଦ୍ଧର ନିଆଁ ୟୁକ୍ରେନ୍ ସୀମାରୁ ବାହାରକୁ ମଧ୍ୟ ବ୍ୟାପିବ । ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ହେଉ ବୋଲି ଦାବି ହେଉଥିବା ବେଳେ ଜଣେ କିନ୍ତୁ ଖୁସି ଅଛନ୍ତି । ସେ ହେଉଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଖାଦ୍ୟ ନ ପାଇଁ ଥାଳି ଧରି ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଭଡ଼ା ବିମାନରେ ଉଡ଼ୁଥିବା ଇମ୍ରାନ୍ ମସ୍କୋରେ ପହଞ୍ଚି କହିଛନ୍ତି ମୁଁ ଠିକ୍ ସମୟରେ ପହଞ୍ଚିଛି ।

ବିନା ନିମନ୍ତ୍ରଣରେ ଅତିଥି ଇମ୍ରାନ

ମାଗିଯାଚି ନିମନ୍ତ୍ରିତ ଅତିଥି ହୋଇଥିବା ଇମ୍ରାନ ଗୁରୁବାର ଦିନ ମସ୍କୋରେ ପହଞ୍ଚିଛନ୍ତି । ଅନେକ ନିମନ୍ତ୍ରଣ ପରେ ବି ଋଷ ରାଷ୍ଟ୍ରପତି ପୁଟିନ ପାକିସ୍ତାନ ଆସିନଥିଲେ । ଶେଷରେ ନିଜ ଆଡୁ ଇମ୍ରାନ୍ ଋଷରେ ପହଞ୍ଚିଛନ୍ତି । ଇମ୍ରାନଙ୍କ ବିମାନ ମସ୍କୋରେ ଅବତରଣ କରିବା ସମୟରେ ଋଷର ଆକ୍ରମଣ ଆରମ୍ଭ ହୋଇ ସାରିଥିଲା । ବିମାନବନ୍ଦରରେ ଆକ୍ରମଣକୁ ନେଇ ନିଜ ବଡ଼ବୋଲା ବୈଦେଶିକ ମନ୍ତ୍ରୀଙ୍କ ସହିତ କଥା ହେଉଥିଲେ ଇମ୍ରାନ । କିନ୍ତୁ ଭୁଲି ଯାଇଥିଲେ କ୍ୟାମେରା ଅନ୍ ଅଛି । ଇମ୍ରାନ୍ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ କଥାବାର୍ତ୍ତା ରେକର୍ଡ ହୋଇଯାଇଥିଲା । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Russia Invades Ukraine Imran Khan Says It's Right Time

‘ମୁଁ ବହୁତ ଉଲ୍ଲସିତ ଅଛି’

ଦୁନିଆ ଚିନ୍ତାରେ କିନ୍ତୁ କାଙ୍ଗାଳ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁସି ଅଛନ୍ତି । ମସ୍କୋ ବିମାନବନ୍ଦରରେ ସେ ନିଜ ବୈଦେଶିକ ମନ୍ତ୍ରୀଙ୍କୁ କହିଥିଲେ ‘ମୁଁ ଠିକ୍ ସମୟରେ ଆସି ପହଞ୍ଚିଛି । ମୁଁ ବହୁତ ଉଲ୍ଲସିତ ଅଛି’ । ସୂଚନାଯୋଗ୍ୟ ଯେ, ଇମ୍ରାନ୍ ପାକିସ୍ତାନ ଛାଡ଼ିବାର କିଛି ସମୟ ପୂର୍ବରୁ ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ର ଋଷ ବିରୋଧରେ ଅର୍ଥନୈତିକ ପ୍ରତିବନ୍ଧକ ଲାଗୁ କରିଥିଲେ । ଆମେରିକା ମଧ୍ୟ ଇମ୍ରାନଙ୍କ ଏହି ଗସ୍ତ ଉପରେ ନଜର ରଖିଛି । ପାକିସ୍ତାନ, ଚୀନ୍ ଭଳି ଋଷକୁ ସମର୍ଥନ କରିବ କି ନାହିଁ ତା’ ଉପରେ ନଜର ରଖିଛି ଆମେରିକା । ସୂଚନାଯୋଗ୍ୟ ଯେ, ଚୀନ୍ ଓ ଋଷ ୟୁକ୍ରେନକୁ ନେଇ ଗୋଟିଏ ପଟରେ ଅଛନ୍ତି । ଋଷ ସହିତ ସାମରିକ ସମ୍ପର୍କ ପ୍ରତିଷ୍ଠା ପାଇଁ ଏହା ଉପଯୁକ୍ତ ସମୟ ବୋଲି ପାକିସ୍ତାନ ମନେ କରୁଛି ।

Leave a Reply