ଋଷ ମିଡିଆର ଦାବି, ୟୁକ୍ରେନ୍ ଛାଡ଼ି ପୋଲାଣ୍ଡରେ ଜେଲେଂସ୍କି

1 min read

କିଭ୍: ୟୁକ୍ରେନ୍-ଋଷ ମଧ୍ୟରେ ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ଋଷ ଆଗରେ ମୁଣ୍ଡ ନୂଆଁଇବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କି । ଘନ ଘନ ଆକ୍ରମଣ ଭିତରେ ଋଷ ଗଣମାଧ୍ୟମ ଦାବି କରିଛନ୍ତି, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କି ଦେଶ ଛାଡ଼ି ସାରିଛନ୍ତି । ଜେଲେଂସ୍କି ୟୁକ୍ରେନ୍ ଛାଡ଼ି ପୋଲାଣ୍ଡରେ ପହଞ୍ଚିଥିବା ଦାବି କରିଛି ଋଷ ଗଣମାଧ୍ୟମ । ନିକଟରେ ଜେଲେଂସ୍କି ଦେଶ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଋଷ ମିଡିଆର ଦାବି ସମସ୍ତଙ୍କୁ ଚକିତ କରିଛି ।

Russia Media Claims Volodymyr Zelenskyy Left Ukraine For Poland

ଏହା ପୂର୍ବରୁ ମଧ୍ୟ ବ୍ରିଟିଶ୍ ଖବରକାଗଜ ଦ ଟାଇମ୍ସ ଏକ ଦାବି କରିଥିଲା । ଯେଉଁଥିରେ କୁହା ଯାଇଥିଲା ସପ୍ତାହକ ମଧ୍ୟରେ ଜେଲେଂସ୍କି ୩ ଥର ହତ୍ୟା ଉଦ୍ୟମ କରାଯାଇଛି । ଏହା ଛଡ଼ା ହତ୍ୟା ଉଦ୍ୟମ ଋଷ ସଂସ୍ଥା ଦ୍ୱାରା ବିଫଳ ହୋଇଥିବା ଖବରକାଗଜ ଦାବି କରିଛି । ଏହା ପୂର୍ବରୁ ଜେଲେଂସ୍କି ନିଜେ ଦାବି କରିଥିଲେ କି ତାଙ୍କୁ ମାରିବା ପାଇଁ କିଭକୁ ୪୦୦ ଅସ୍ତ୍ରଶସ୍ତ୍ର ପଠା ଯାଇଛି । ଆଉ ଏଥିପାଇଁ ବଡ଼ ଧରଣର ପୁରସ୍କାର ମଧ୍ୟ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କିଙ୍କୁ ୭ ଦିନ ମଧ୍ୟରେ ୩ ଥର ହତ୍ୟା ଉଦ୍ୟମ

ଫେବ୍ରୁଆରୀ ୨୪ ତାରିଖରେ ୟୁକ୍ରେନରେ ମିଲିଟାରୀ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହାପର ଠାରୁ ଯୁଦ୍ଧ ଜାରି ରହିଛି । ପଡ଼ୋଶୀ ଦେଶ ୟୁକ୍ରେନର କିଛି ଅଂଶକୁ ଋଷ ନିଜ ଅକ୍ତିଆରକୁ ନେଇ ସାରିଛି । ତଥାପି ୟୁକ୍ରେନ୍ ରାଜଧାନୀ କିଭକୁ ଅକ୍ତିଆର କରିପାରିନି ଋଷ ।

Leave a Reply