ଭାରତ-ଚୀନ୍‌ ବିବାଦ, ଚିନ୍ତାବ୍ୟକ୍ତ କଲା ଋଷ..

1 min read
india-russia

ନୂଆଦିଲ୍ଲୀ: ଏସିଆର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ-ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଚିନ୍ତା ବ୍ୟକ୍ତ କରିଛି ରୁଷ୍ । ଏନେଇ ଗୁରୁବାର ମିଶନ ରୋମାନର ଡେପୁଟି ଚିଫ୍ ବାବୁସ୍‌କୀନ କହିଛନ୍ତି ଯେ, ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ବିବାଦକୁ ନେଇ ରୁଷ୍‌ ଚିନ୍ତିତ । ବିଶ୍ୱରେ ଅଶାନ୍ତି ଓ ଅସ୍ଥିରତା ଭିତରେ ଭାରତ ଚୀନ୍ ବିବାଦ ଇଉରାସିଆରେ ଆଞ୍ଚଳିକ ଅସ୍ଥିରତାକୁ ଆହୁରି ପ୍ରଭାବିତ କରିବ ।

ଏହାସହ ଅନ୍ୟମାନଙ୍କ ଦ୍ୱାରା ସେମାନଙ୍କ ଭୌଗୋଳିକ ରାଜନୈତିକ ଉଦ୍ଦେଶ୍ୟର ଅପବ୍ୟବହାର ମଧ୍ୟ ହୋଇପାରେ ବୋଲି ବାବୁସ୍‌କୀନ୍ କହିଛନ୍ତି । ସୀମା ବିବାଦ ନେଇ ଉଭୟ ଦେଶ ଗଠନମୂଳକ ଆଲୋଚନା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଉଭୟ ଭାରତ ଏବଂ ଚୀନ୍‌କୁ ଏସସିଓ ଏବଂ ବ୍ରିକ୍ସ ଗ୍ରୁପ୍‌ର ସଦସ୍ୟ ବୋଲି ଉଲ୍ଲେଖ କରି ଦୁଇ ଦେଶ ସମ୍ମାନଜନକ ଭାବେ କଥାବାର୍ତ୍ତା ହେବା ଉଚିତ୍‌ ବୋଲି ବାବୁସ୍‌କୀନ୍ କହିଛନ୍ତି ।

Russia-India-China Trilateral Grouping: More than hype? | ORF

ଅନ୍ୟପଟେ ଏଲଏସିରେ ଲଗାତାର ଉତ୍ତେଜନା ପରେ ଏବେ ଭାରତ-ଚୀନ୍ ବିବାଦ କିଛି ପରିମାଣରେ ସମାଧାନ ହେବ ବୋଲି ଆଶା କରାଯାଉଛି । ଚୀନ ଓ ଭାରତ ସୀମାରୁ ପଛକୁ ଫେରିବା ପାଇଁ ରାଜି ହୋଇଛନ୍ତି । ଏପ୍ରିଲ୍ ମାସରେ ଡ୍ରାଗନ ଯେଉଁ ସ୍ଥାନରେ ଥିଲା ସେଠାକୁ ଫେରିବା ପାଇଁ ସହମତି ପ୍ରକାଶ କରିଛି ।

ଗତ ୬ ତାରିଖରେ ଚୁସୁଲରେ ଅନୁଷ୍ଠିତ ଅଷ୍ଟମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନାରୁ ଏଭଳି ନିଷ୍କର୍ସ ବାହାରିଥିବା କୁହାଯାଉଛି । ତେବେ ଏହି ମାମଲାରେ ଚୀନ୍‌କୁ ଭାରତ କେତେ ବିଶ୍ୱାସ କରିବା ଉଚିତ୍‌, ସେନେଇ ସନ୍ଦେହ ଉପୁଜିଛି । ପ୍ରଥମେ ଟ୍ୟାଙ୍କ୍ ଓ ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି ଫେରାଇ ଅଣାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ସୈନିକମାନେ ଫିଙ୍ଗର ଏରିଆରୁ ପଛକୁ ଫେରିବେ ଓ ତୃତୀୟ ପର୍ଯ୍ୟାୟରେ ସେନାମାନେ ଏଲଏସିରୁ ପ୍ରତ୍ୟାହାର ହେବେ ବୋଲି କୁହାଯାଉଛି ।

Leave a Reply