ବଦଳିଲା ଋଷ-ୟୁକ୍ରେନ ଯୁଦ୍ଧର ତରିକା ! ଜାଣନ୍ତୁ କେମିତି ଚାଲିଛି ଯୁଦ୍ଧ ?

1 min read

ନନ୍ଦିଘୋଷ ବ୍ୟୁରୋ : ବଦଳୁଛି ଋଷ-ୟୁକ୍ରେନ ଯୁଦ୍ଧର ତରିକା । ଆତଙ୍କବାଦୀ ହମଲା କରିଥିବା ନେଇ ୟୁକ୍ରେନ ଉପରେ ଦୋଷ ଦେଲା ଋଷ । ଋଷର ସୀମାନ୍ତରେ ଅବସ୍ଥିତ ବେଲଗୋରୋଡ ସହରରେ ଆତଙ୍କବାଦୀ ହମଲା ପରେ 21 ଜଣ ନାଗରିକ ପ୍ରାଣ ହରାଇବା ସହ ଅନେକ ଲୋକ ଆହତ ହେବା ଘଟଣାକୁ ସହଜରେ ଗ୍ରହଣ କରିନି ଋଷ । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ହମଲା ପ୍ରତିବାଦରେ ସୀମାନ୍ତ ସହର ବେଲଗୋରୋଡରେ ଏହି ହମଲା ହୋଇଛି । ଏହି ହମଲାରେ କ୍ଲଷ୍ଟର ବୋମା ବ୍ୟବହୃତ ହୋଇଥିବା ଦାବି କରିଛି ଋଷ । ଆକ୍ରମଣରେ ଅନେକ ନିରୀହ ଲୋକ ମୃତାହତ ହୋଇଛନ୍ତି । ଏହାର ଠିକଣା ଜବାବ ଦିଆଯିବ ବୋଲି କହିଛି ଋଷ । ଏହା ସହ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ଲାଗି ଦାବି କରିଛି ଋଷ । The Russia-Ukraine war will not end soon but post-war planning must start  now - ABC News

ଜାତିସଂଘସ୍ଥିତ ଋଷର ଋଷ ରାଷ୍ଟ୍ରଦୂତ ଭାସିଲି ନେବେନଜିୟା କହିଛନ୍ତି- ଋଷର ଏକ ସ୍ପୋର୍ଟସ ସେଣ୍ଟର, ବିଶ୍ବବିଦ୍ୟାଳୟ ଉପରେ ୟୁକ୍ରେନ ହମଲା କରିଛି । ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏହି ତିକ୍ତତା ଅଧିକ ବିପର୍ଯ୍ୟୟ ସୃଷ୍ଟି କରିବା ଆଶଙ୍କା କରାଯାଇଛି । ୟୁକ୍ରେନ ସୀମାଠାରୁ 30 କିଲୋମିଟର ଦୂରରେ ଋଷ ଅଧୀନସ୍ଥ ବୋଲଗୋରୋଡ ଉପରେ କିବ୍ ବାହିନୀ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି ରହିଛି । ଗତ ଶୁକ୍ରବାର  ୟୁକ୍ରେନ ଉପରେ ଋଷ କରିଥିଲା ବଡ଼ ଧରଣର ଆକ୍ରମଣ । 31 ନାଗରିକ ପ୍ରାଣ ହରାଇଥିବାବେଳେ ଆହତ ହୋଇଥିଲେ ।