ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନା, ପ୍ରଧାନମନ୍ତ୍ରୀ ଦେଲେ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: ୟୁକ୍ରେନରେ ଛଅ ଦିନ ଧରି ଜାରି ରହିଛି ଭୀଷଣ ଯୁଦ୍ଧ । ଋଷର ଆକ୍ରମଣରେ ଥରହର ହୋଇପଡ଼ିଛି ୟୁକ୍ରେନ । ୟୁକ୍ରେନରେ ଯୁଦ୍ଧ ଚାଲିଥିବାରୁ ସେଠାରୁ ଭାରତୀୟଙ୍କୁ ଆଣିବାକୁ ଅଭିଯାନକୁ ଜୋରଦାର କରିଛି କେନ୍ଦ୍ର ସରକାର । ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଆଣିବା ପାଇଁ ମିଶନକୁ ଆହିର ଜୋରଦାର କରିଛି କେନ୍ଦ୍ର ସରକାର । ତେବେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଚାଲିଥିବା ’ଅପରେସନ୍ ଗଙ୍ଗା’ରେ ବାୟୁସେନାକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁସାରେ ଅପରସେନ ଗଙ୍ଗା ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ବାୟୁସେନାକୁ ଏହି ମିଶନରେ ସାମିଲ କରାଯାଇଛି । ଏହ ମିଶନରେ ବାୟୁସେନା ସାମିଲ ହେବା ଫଳରେ ଭାରତୀୟଙ୍କ ପ୍ରତ୍ୟାର୍ବତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏହା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ୟୁକ୍ରେନରେ ପହଞ୍ଚିପାରିବ। ଭାରତୀୟ ବାୟୁସେନାର C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ଉଡ଼ାଣ ଆରମ୍ଭ କରିବ ।

ଏପର୍ଯ୍ୟନ୍ତ ଭାରତ ଏୟାର ଇଣ୍ଡିଆ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରୁଥିଲା । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଅପରେସନ୍ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଭାରତକୁ ପାଖାପାଖି ୧,୫୦୦ ଲୋକଙ୍କୁ ଆଣିସାରିଛି । ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ, ରୋମାନିଆ ଦେଶ ଦେଇ ନାଗରିକମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

 

Leave a Reply