ଜୀବନ ବଞ୍ଚାଇବାକୁ ଚାଲିଛି ଅହରହ ସଂଘର୍ଷ

ଖାରକିବ୍: ୟୁକ୍ରେନର ସହର ଖାରକିବ ଉପରେ ଋଷର ଆକ୍ରମଣ ଜାରି ରହିଛି । ଋଷ ଲଗାତାର ୟୁକ୍ରେନର ବିଭିନ୍ନ ସହର ଉପରେ ମିସାଇଲ ମାଡ଼ କରିଚାଲିଛି । ଲୋକେ ନିଜର ଜୀବନ ବଞ୍ଚାଇବାକୁ ଅହରହ କରିଚାଲିଛନ୍ତି ସଂଘର୍ଷ । ସହରର ସାଧାରଣ ଜନତା ଅସହାୟ ହୋଇ ନିଜର ଘର ଛାଡ଼ିବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି । ଅଧିକ ସଂଖ୍ୟକ ଲୋକେ ଏବେ ନିଜ ସହର ଛାଡ଼ି ଅନ୍ୟ ସହର ମୁହାଁ ହୋଇଛନ୍ତି ।  ଆଉ ଏହି କାରଣରୁ ରେଳ ଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ସେଠାକାର ସ୍ଥିତି ସ୍ପଷ୍ଟ ବାରି ହୋଇଯାଉଛି ।

ଖାରକିବ ଷ୍ଟେସନର ଏହି ଫଟୋରେ ପ୍ଲାଟଫର୍ମଟି ଜନ ଗହଳିପୂର୍ଣ୍ଣ ହୋଇଥିବାର ଦେଖାଯାଉଛି । ପ୍ରତ୍ୟେକ ଲୋକ ଯେତେ ଜଲ୍ଦି ହୋଇପାରୁଛି ସହର ଛାଡ଼ିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ଯାହାକୁ ଯେମିତି ସୁବିଧା ହେଉଛି ସେ ଏହି ସହର ଛାଡ଼ିବାକୁ ପ୍ରସ୍ତୁତ ହୋଇପଡ଼ିଛନ୍ତି ।

Russia Ukraine War One Indian Student Dead In Kharkiv

ସୂଚନା ଅନୁସାରେ, ଋଷ ସବୁଠୁ ଅଧିକ ଟାର୍ଗେଟ ଖାରକିବ ସହର ଉପରେ କରିଛି । ଏହି ସ୍ଥାନ ଏବେ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିବା ଜଣାପଡ଼ିଛି ।  ଏଠାରେ ଥିବା ବଡ଼ ବଡ଼ ବିଲ୍ଡିଂକୁ ବ୍ଲାଷ୍ଟ କରି ଉଡ଼ାଇ ଦିଆଯାଇଥାଏ । ରାସ୍ତାଘାଟ, ସ୍କୁଲ କଲେଜ ଧ୍ୱଂସ ହୋଇଯାଇଛି । ଋଷର ଲଗାତାର ବମ୍ ଓ ମିସାଇଲ ମାଡ଼ରେ ଲୋକ ସମ୍ପୂର୍ଣ୍ଣ ଭୟଭିତ ହୋଇପଡ଼ିଛନ୍ତି । ଏହି ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି । କେବଳ ଏହି କାରଣ ପାଇଁ ଲୋକମାନେ ଏହି ସହର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ।