ତୁରନ୍ତ ଖାର୍କିଭ ଛାଡ଼ ଭାରତୀୟ, ଆଡଭାଇଜାରୀ ଆସୁ ଆସୁ ମିଜାଇଲ୍ ଆଟାକ୍

1 min read
Russia Ukraine War Urgent Advisory For Indian Nationals Leave Kharkiv

କିଭ୍: ଋଷିଆ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ୟୁକ୍ରେନର ଖାର୍କିଭରେ ଥିବା ସମସ୍ତ ଭାରତୀୟଙ୍କୁ ଭାରି ଗୁଳିଚାଳନା ମଧ୍ୟରେ ନିଜ ସୁରକ୍ଷା ପାଇଁ  ତୁରନ୍ତ ସହର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଖାର୍କିଭରେ ଥିବା ସମସ୍ତ ଭାରତୀୟ ନିଜ ସୁରକ୍ଷା ପାଇଁ ତୁରନ୍ତ ଖାର୍କିଭ ଛାଡ଼ । ଯେମିତି ମଧ୍ୟ ହେଉ ତୁରନ୍ତ ଆଜି ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ ।

ଖାଲି ସେତିକି ନୁହେଁ ବରଂ ଦ୍ୱିତୀୟ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବିଗୁଡ଼ୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାର୍କିଭରେ ଥିବା ସମସ୍ତ ଭାରତୀୟ ଖାର୍କିଭ ଛାଡ଼ ।  ଯେଉଁ ମାନଙ୍କୁ ବସ୍ କିମ୍ବା ଅନ୍ୟ କୌଣସି ଗାଡ଼ି ମିଳୁନାହିଁ  ସେମାନେ ଯଥାଶୀଘ୍ର ଚାଲି ଚାଲି ଯାଅ । କୌଣସି ପରିସ୍ଥିତିରେ ଖାର୍କିଭ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ ।

ସୂଚନାଯୋଗ୍ୟ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ଲଗାତାର ସ୍ଥିତି ବିଗୁଡ଼ୁଛି । ମଙ୍ଗଳବାର ହୋଇଥିବା ଗୁଳି ଚାଳନାରେ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ ଯାଇଛି । ଯାହାପରେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ଅଧିକ ସତର୍କ ହୋଇଯାଇଛି । ଖାର୍କିଭରେ ଋଷ ଲଗାତାର ଗୁଳି ଚାଳନା କରୁଛି । ଏହି ମଧ୍ୟରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଭିଡିଓ । ଯେଉଁଥିରେ ବଡ଼ ବଡ଼ କୋଠା ବିସ୍ଫୋରଣରେ ଧୂଳିସାତ୍ ହୋଇ ଯାଉଥିବା ଦେଖିବାକୁ ମିଳିଛି ।

ୟୁକ୍ରେନ୍ ସରକାରଙ୍କ ରଣନୈତିକ ସଞ୍ଚାର କେନ୍ଦ୍ର ବୁଧବାର ଖାର୍କିଭରେ ହୋଇଥିବା ଆକ୍ରମଣର ଫଟୋ ସେୟାର କରିଛନ୍ତି । ସୂଚନାଯୋଗ୍ୟ ୟୁକ୍ରେନରେ ଫସିଥିବା ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଭାରତ ଆରମ୍ଭ କରିଛି ‘ଅପରେସନ ଗଙ୍ଗା’ । ଏହାଦ୍ୱାରା ଭାରତୀୟଙ୍କୁ ସ୍ଥଳପଥ ଦେଇ ୟୁକ୍ରେନରୁ ବାହାର କରିବା ପରେ ହଙ୍ଗେରୀ,ରୋମାନିଆ, ପୋଲାଣ୍ଡ ଏବଂ ସ୍ଲୋଭାକିଆ ଦେଇ ଆକାଶ ମାର୍ଗରେ ସ୍ୱଦେଶ ଅଣାଯିବ ।

Leave a Reply