ଡିସେମ୍ବର ୬ରେ ଭାରତ ଆସିପାରନ୍ତି ଭ୍ଲାଦିମିର ପୁଟିନ୍

1 min read
Russia Offers Proposal To Ukraine To Stop War

ନୂଆଦିଲ୍ଲୀ: ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତ-ଋଷ ମଧ୍ୟରେ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଡିସେମ୍ବର ୬ରେ ଭାରତ ଆସିପାରନ୍ତି ପୁଟିନ । ପୁଟିନଙ୍କ ଏହି ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କିଛି ଚୁକ୍ତି ରାଜିନାମା ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ଏହି ସମ୍ମଳନୀ ସହ ଭାରତକୁ ଚଳିତ ବର୍ଷ ଶେଷ ସୁଦ୍ଧା S 400 ଏୟାର ଡିଫେନ୍ସର ପ୍ରଥମ ବ୍ୟାଚ ମଧ୍ୟ ଭାରତରେ ପହଞ୍ଚିବ ।

ପୁଟିନ ଶେଷ ଥର ପାଇଁ ୨୦୧୮ ମସିହାରେ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ । ପୁଟିନଙ୍କ ଏହି ଗସ୍ତ ସମୟରେ S 400 ଏୟାର ଡିଫେନ୍ସ ସିଷ୍ଟମର ଚୁକ୍ତି ଭାରତ-ଋଷ ମଧ୍ୟ ସ୍ୱାକ୍ଷର ହୋଇଥିଲା । ତେବେ ଯଦି ପୁଟିନ୍ ଡିସେମ୍ବରରେ ଭାରତ ଆସନ୍ତି ତେବେ ଏହା ଚଳିତ ବର୍ଷରେ ତାଙ୍କର ଦ୍ୱିତୀୟ ଗସ୍ତ ହେବ । ଏହା ପୂର୍ବରୁ ଜେନିଭାରେ ଆୟୋଜିତ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଯୋଗ ଦେଇଥିଲେ । କରୋନା ମହାମାରୀ କାରଣରୁ ଇଟାଲୀରେ ହୋଇଥିବା G-20 ଶିଖର ସମ୍ମିଳନୀରେ ଭରଚ୍ୟୁଆଲ ମୋଡରେ ଯୋଗ ଦେଇଥିଲେ ।

Leave a Reply