ଭାରତକୁ S-400 ରପ୍ତାନୀ ଆରମ୍ଭ,ଆମେରିକା ଚାପ ସତ୍ୱେ ଭାରତ ଆଣିଲା ବ୍ରହ୍ମାସ୍ତ୍ର

1 min read

ମସ୍କୋ: ଋଷ ଭାରତକୁ ଭୂପୃଷ୍ଠରୁ ଆକାଶ ଉତକ୍ଷେପଣ କରାଯାଉଥିବା ମିସାଇଲ S-400ର ଡେଲିଭରି ଆରମ୍ଭ କରିଛି । ଏନେଇ ଫେଡରାଲ ସର୍ଭିସ୍ ଫର ମିଲିଟାରି ଟେକ୍ନିକାଲ କୋଅପରେସନର ନିର୍ଦ୍ଦେଶକ ଡିମିଟ୍ରି ସୁଗାଏଭ୍ କହିଛନ୍ତି । ସେ ଆହୁରି କହିଛନ୍ତି ଏହି ଡେଲିଭରି ପ୍ରକିୟା ଯୋଜନା ମୁତାବିକ ଚାଲୁଛି । ତେବେ ଆସନ୍ତା ଡିସେମ୍ବରରେ ଭାରତ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ଆଶା କରାଯାଉଛି କି ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ପ୍ରଥମ ଦଫାରେ ମିଳିବାକୁ ଥିବା S-400 ମିସାଇଲ ମିଳିପାରେ ।

ଏହି S-400 ମିସାଇଲକୁ ଭାରତ ପୂର୍ବରୁ ଚୀନ ଓ ତୁର୍କୀ ସେନାରେ ସାମିଲ କରିସାରିଛି । ଭାରତ ଋଷଠାରୁ ଏହି S-400 ମିସାଇଲ ଆଣିବା ପାଇଁ ୨୦୧୮ ଅକ୍ଟୋବରରେ ଚୁକ୍ତି କରିଥିଲା । ଅଗଷ୍ଟ ମାସରେ ଋଷରୁ ରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରୋସୋବୋରନକ୍ସପୋର୍ଟ ମୁଖ୍ୟ ଆଲେକଜାଣ୍ଡର ମିଖଭି ସ୍ପୁତନିକକୁ କହିଛନ୍ତି କି S-400 ଏୟାର ଡିଫେନ୍ସ ସିଷ୍ଟମର ସପ୍ଲାଇକୁ ନେଇ ୭ଟି ଦେଶ ମଧ୍ୟରେ ବୁଝାମଣା ଚାଲିଛି । ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ ଡିସେମ୍ବର ମାସର ଦ୍ବିତୀୟ ସପ୍ତାହରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଭାରତ ଗସ୍ତରେ ଆସିପାରନ୍ତି । ଏହି ଗସ୍ତରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବେ । ଏହି ସମ୍ମିଳନୀରେ ଭାରତ ଏବଂ ଋଷ ମଧ୍ୟରେ ୨୦୨୧-୨୨ ପାଇଁ ସାମରିକ ଓ ବୈଷୟିକ ସହଯୋଗକୁ ପୁନରାବୃତ୍ତି କରିବ ଉଭୟ ଦେଶ । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସୁରକ୍ଷା, ବ୍ୟବସାୟ ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ବିଭିନ୍ନ ଚୁକ୍ତି ସ୍ବାକ୍ଷର ହୋଇପାରେ ।

ଭାରତ-ଋଷ ସହ ୫୪୦ କୋଟି ଡଲାରରେ ପାଞ୍ଚଟି S-400 ଏୟାର ସିଷ୍ଟମ ଆଣିବା ପାଇଁ ଚୁକ୍ତି କରିଛି । ତେବେ ଏହି S-400  ମିସାଇଲ ଚଳାଇବା ପାଇଁ ବାୟୁସେନାର କିଛି ସୈନିକ ଋଷରେ ତାଲିମ ନେଉଛନ୍ତି । ତେବେ ବିଶେଷ କଥା ହେଉଛି ଭାରତୀୟ ବାୟୁସେନାରେ S-400 ଆସିବ ଯେଉଁ ସମୟରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି । ତେବେ S-400 ମିସାଇଲ ଭାରତୀୟ ବାୟୁସେନାର ଦକ୍ଷତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

 

 

Leave a Reply