ନାମାଙ୍କନ ଦାଖଲ କଲେ ଖଣ୍ଡପଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ

ନୟାଗଡ଼: ନାମାଙ୍କନ ଦାଖଲ କଲେ ଖଣ୍ଡପଡ଼ା ବିଜେଡି ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ । ୧୫ ହଜାରରୁ ଅଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଯାଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଶାଳ ରାଲିରେ ବିଜେଡିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଜେଡି ପର୍ଯ୍ୟବେକ୍ଷକ ଅମିତ ମଲ୍ଲିକ ଯୋଗଦେଇଥିଲେ । ଖଣ୍ଡପଡ଼ାର ସେବା କରିବାକୁ ସୁଯୋଗ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସାବିତ୍ରୀ । ନିର୍ବାଚନରେ ବିଜେଡି ବଡ଼ ବ୍ଯବଧାନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।