ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବା ପାଇଁ ଗୁରୁମନ୍ତ୍ର ଦେଲେ ତେନ୍ଦୁଲକର

1 min read

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ତିନୋଟି ଟେଷ୍ଟ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ ।  ତେବେ ଦକ୍ଷିଣ ଆଫ୍ରିକାରେ ଭାରତର ରେକର୍ଡ ଖରାପ ରହିଛି । ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଟେଷ୍ଟ ସିରିଜକୁ ନିଜ ନାମରେ କରିପାରିନାହିଁ ଟିମ୍ ଇଣ୍ଡିଆ । ତେଣୁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଗୁରୁ ମନ୍ତ୍ର ଦେଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । କିପରି ଭାବରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଖେଳିବେ ସେ ନେଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କହିଛନ୍ତି ସଚିନ । ତେନ୍ଦୁଲକର ଏକ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି କି ମୁଁ ସବୁବେଳେ କହିଛି କି ଫ୍ରଣ୍ଟ ଫୁଟରେ ଡିପେନ୍ସ କରିବା ସବୁବେଳେ ଜରୁରୀ । ମ୍ୟାଚର ଆରମ୍ଭ ୨୫ ଓଭର ଫ୍ରଣ୍ଟୁ ଫୁଟରେ ଡିଫେନ୍ସ କଷ୍ଟସାଧ୍ୟ ହୋଇଥାଏ । ଯଦି ଏହି ୨୫ ଓଭର କ୍ରିଜରେ ବ୍ୟାଟିଂ କରିନେବେ ତେବେ ଏହାପରେ ବ୍ୟାଟିଂ କରିବାରେ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସଚିନ୍ ତେନ୍ଦୁଲକର ।

ଇଂଲଣ୍ଡ ଗସ୍ତରେ ଯେପରି ଭାବରେ ରୋହିତ ଶର୍ମା ଓ କେଏଲ ରାହୁଲ ବ୍ୟାଟିଂ କରିଥିଲେ ତାହାର ଉଦାହରଣ ମଧ୍ୟ ଦେଇଥିଲେ ସଚିନ୍ । ରୋହିତ-ରାହୁଲ ଇଂଲଣ୍ଡ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିଲେ । କାରଣ ଉଭୟ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରିବା ସମୟରେ ତାଙ୍କ ହାତ ଶରୀର ପାଖରେ ରହୁଥିଲା । ଯାହା ଫଳରେ ସେ ଇଂଲଣ୍ଡରେ ସଫଳତା ପାଇଥିଲେ । ରୋହିତ-ରାହୁଲଙ୍କ ପରି ସମସ୍ତେ ବ୍ୟାଟ୍ସମ୍ୟାନ ଖେଳିପାରିବେ ।

ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ମିଳିଥିଲା । କିନ୍ତୁ ରୋହିତ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ହିଁ ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ । ରୋହିତଙ୍କ ସ୍ଥାନରେ ରାହୁଲଙ୍କୁ ଉପ-ଅଧିନାୟକ ପଦ ମିଳିଛି ।

Leave a Reply