ମାଆ ଆଗରେ ଉଠିଲା ପୁଅର କୋକେଇ, କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ

ନନ୍ଦିଘୋଷ ବ୍ୟୁରୋ: ଗ୍ରାନାଇଟ ପଥର ନେଇଗଲା ଜୀବନ ଆନ୍ଧ୍ରପ୍ରଦେଶ ବାଲିକୁରଭା ମଣ୍ଡଳ ମଲାୟାପୁରମ ଗାଁ ନିକଟର ପଥର ଖଣିରେ ବିସ୍ଫୋରଣ ଘଟି ଓଡ଼ିଆ ଶ୍ରମିକଙ୍କ ମୃତ୍ଯୁ ମୃତକଙ୍କ ମଧ୍ଯରେ ଗଞ୍ଜାମ ଜିଲ୍ଲାର ଜଣ ଥିବାବେଳେ ଗଜପତି ମୋହନାର ଦୁଇଜଣଙ୍କ ଜୀବନ ଯାଇଛି ଆଜି ମୃତଦେହ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ଘଟଣାର ତଦନ୍ତ କରି ଫେରିଛନ୍ତି ଜିଲ୍ଲା ପ୍ରଶାସନର ଜଣିଆ ଟିମ୍ ସେପଟେ ଓଡ଼ିଆ ଶ୍ରମିକଙ୍କ ପ୍ରାଣ ହରାଇଥିବା ନେଇ ଗଭୀର ଶୋକ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ମାଆ ଆଗରେ ଉଠିଲା ପୁଅର କୋକେଇ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ବାହୁନି ବାହୁନି କାନ୍ଦୁଛି ମାଆ ଆଉ ଛାତିକୁ ପଥର କରିଦେଇଛି ବାପା ସ୍ବାମୀକୁ ହରାଇ କାନ୍ଦିକାନ୍ଦି ମୁର୍ଚ୍ଛା ଯାଉଛି ସ୍ତ୍ରୀ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ର ଯାଇଥିଲେ ହେଲେ ଫେରିଲା ସେମାନଙ୍କ ଶବ ଆନ୍ଧ୍ରପ୍ରଦେଶ ବାଲିକୁରଭା ମଣ୍ଡଳ ମଲାୟାପୁରମ ଗାଁ ନିକଟର ପଥର ଖଣିରେ ବିସ୍ଫୋରଣ ଘଟି ଚାଲିଗଲା ଓଡ଼ିଆଙ୍କ ଜୀବନ ମୃତକମାନେ ହେଲେ ଦିଗପହଣ୍ଡି ବ୍ଲକ ଚଷାନିମଣ୍ଡି ଗାଁର ଦଣ୍ଡ ବାଡତ୍ଯା, ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ାର ବନମାଳୀ ବେହେରା, ଧରାକୋଟ ବ୍ଲକ ଢଉଗାଁ ପଞ୍ଚାୟତ ବାଇଡ଼ାଗୁଡ଼ାର ମୁଷା ଜେନା, ଓଳମ୍ବା ପଞ୍ଚାୟତ କଷେଇ ଗାଁର ସନ୍ତୋଷ ଗୌଡ଼ ଏବଂ ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ଅଲରା ଗାଁର ଭାଷ୍କର ବିଷୋୟୀ ଟୁକୁନା ଦଳେଇ ଆଜି ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି

ମୃତ ଶରୀର ଗାଁରେ ପହଞ୍ଚିବା ପରେ ଘଟଣାର ତଦନ୍ତ କରି ଫେରିଛନ୍ତି ଜିଲ୍ଲା ପ୍ରଶାସନର ଜଣିଆ ଟିମ୍ ଦିଗପହଣ୍ଡିର ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ ପ୍ରକାଶ କୁମାର ପରିଡ଼ା ଦିଗପହଣ୍ଡି ରାଜସ୍ୱ ନିରୀକ୍ଷକ ଉପେନ୍ଦ୍ର ବେହେରା ଗାଁକୁ ଯାଇ ତଦନ୍ତ କରିଛନ୍ତି ସେପଟେ ଧରାକୋଟ ତହସିଲଦାର ଲମ୍ବୋଦର ମାର୍ଣ୍ଡି ମୃତ ସନ୍ତୋଷ ଗୌଡ଼ଙ୍କ ଗ୍ରାମ ନୂଆଁ କଂସେଇ ଠାରେ ପହଞ୍ଚି ପରିବାରକୁ ସାକ୍ଷାତ କରିଛନ୍ତି l

ପରିବାର ପ୍ରତିପୋଷଣ ପାଇଁ ଦିଗପହଣ୍ଡି ବ୍ଲକର ଜଣ ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଜଣ ଶ୍ରମିକ ଆନ୍ଧ୍ର ପଥର ଖଣିକୁ କାମ କରିବାକୁ ଯାଇଥିଲେ ରବିବାର ଖାଦାନରେ ୧୫ ଜଣ କାମ କରୁଥିବାବେଳେ ବିସ୍ଫୋରଣ ଘଟି ଏକ ବଡ଼ ପଥର ଖସି ପଡ଼ିବାରୁ ତଳେ ଚାପି ହୋଇଯାଇଥିଲେ ମୃତ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିବାବେଳେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ  ।