spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ ସଡ଼କ ଯୋଜନାରେ ଯୋଡ଼ି ହେଲା ଆସିକାର ସାଇବଗଡ଼

ଆସିକା: ମୁଖ୍ୟମନ୍ତ୍ରୀଙ୍କ ସଡ଼କ ଯୋଜନାରେ ଯୋଡି ହେଲା ଆସିକା ବ୍ଲକର ସାଇବଗଡ଼ । ଏନେଇ ସାଇବଗଡ଼ ଚାରି ମାଇଲି ଛକରୁ ବରିଡା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା ମଞ୍ଜୁଳା ସ୍ୱାଇଁ । ରାସ୍ତା ନିର୍ମାଣ ପାଇଁ ୪ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସଡ଼କ ଯୋଜନା କାମ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ବିଧାୟିକା ।

କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ ବିଜେଡି ଯୁବ ସଭାପତି ନଚିକେତା ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସାହୁଙ୍କ ସହ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମୀଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Latest Posts

Don't Miss