spot_img

Latest Posts

ପ୍ରଥମଥର ପାଇଁ ପରଦାରେ ଏକାଠି ନଜର ଆସିବେ ପ୍ରଭାସ ଓ ସୈଫ ଅଲ୍ଲୀ ଖାନ

ମୁମ୍ବାଇ: ଫିଲ୍ମ ଜଗତର ବାହୁବଳୀ ତଥା ପ୍ରଭାସଙ୍କ ଆଗାମୀ କଷ୍ଟ୍ୟୁମ୍ ଡ୍ରାମା ଫିଲ୍ମ ଆଦିପୁରୁଶର ଆନୁଷ୍ଠାନିକ ଘୋଷଣା କରାଯାଇଛି। ଆଦିପୁରୁଷ ଚଳଚ୍ଚିତ୍ରର କାହାଣୀ କିଛି ନିଆରା ରହିଛି। ପରଦାରେ ପ୍ରଭାସଙ୍କୁ ଟକ୍କର ଦେବେ ସୈଫ । ବର୍ଷର ପ୍ରଥମ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ତାହ୍ନାଜୀ- ଦ ଅନସଙ୍ଗ ୱାରିଅର୍’ର ନିର୍ଦ୍ଦେଶନା ଦେବା ପରେ ଓମ୍ ରାଉତ ଆଦିପୁରୁଶ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଭାସଙ୍କ ପରେ ଏହି ଫିଲ୍ମ ପାଇଁ ଅନ୍ୟ ଷ୍ଟାରକାଷ୍ଟଙ୍କର କାଷ୍ଟିଂ ବିଷୟରେ ଆଲୋଚନା ଜାରି ରହିଛି। ଓମ ରାଉତଙ୍କ ସହ ତାହ୍ନାଜୀରେ କାମ କରିଥିବା ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ମୁଖ୍ୟ ଭୂମିକାରେ ନଜର ଆସିବେ ।

https://www.instagram.com/p/CEAzfr8Jpyp/?utm_source=ig_embed

‘ତାହ୍ନାଜୀ- ଦ ଅନସଙ୍ଗ ୱାରିଅର୍’ ରେ ସୈଫଙ୍କ ଅଭିନୟ ଦ୍ୱାରା ପ୍ରଭାବିତ ହୋଇ ଓମ ରାଉତ ତାଙ୍କୁ ନିଜ ପରବର୍ତ୍ତୀ ଚଳଚ୍ଚିତ୍ରରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଫିଲ୍ମ ଆଦିପୁରୁଷରେ ସୈଫଙ୍କ ଚରିତ୍ର ବେଶ ଦମଦାର ରହିବ ବୋଲି ଜଣାପଡିଛି । ଓମ୍ ରାଉତ ଏହି ଚଳଚ୍ଚିତ୍ରରେ ଭିଲେନ୍ ଭୂମିକା ପାଇଁ ସୈଫଙ୍କୁ ଚୟନ କରିଛନ୍ତି । ଆଦିପୁରୁଷ ଚଳଚ୍ଚିତ୍ର ପାପ ଉପରେ ପୁଣ୍ୟର ବିଜୟ ନେଇ ଆଧାରିତ । ତେଣୁ ସୈଫଙ୍କ ଚରିତ୍ର ମଧ୍ୟ ଫିଲ୍ମର ଏକ ମୁଖ୍ୟ ଭୂମିକା ରହିବ ।

ସୈଫଙ୍କର ଏହି ଫିଲ୍ମରେ ଅଭିନୟ କରିବା ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କୃଷ୍ଣ କୁମାର ଓ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ଆଦିପୁରୁଷରେ ଓମ ରାଉତ ନିର୍ଦ୍ଦେଶନା ଦେବେ। ଫିଲ୍ମ ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ରହିଛି  । ଫିଲ୍ମର ସୁଟିଂ ୨୦୨୧ରୁ ଆରମ୍ଭ ହେବ ଏବଂ ଏହା ୨୦୨୨ ମସିହାରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ତେବେ ଫିଲ୍ମରେ ପ୍ରଭାସ ଏବଂ ସୈଫଙ୍କ ବ୍ୟତୀତ କେଉଁ କଳାକାର ନଜର ଆସିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଓମ୍ ରାଉତଙ୍କ ଏହି ଫିଲ୍ମ 3D ରେ ରିଲିଜ୍ ହେବ ।

 

Latest Posts

Don't Miss