ବାପା ଚାହୁଁଥିଲେ ପୁଅ ହେଉ ଜର୍ଜୀ, ହେଲେ ହେଇଗଲେ ବଲିଉଡର ଜଣାଶୁଣା କଳାକାର..

ନନ୍ଦିଘୋଷ ବ୍ୟୁରୋ: ସବୁ ବାପା ମାଆମାନେ ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି । ହେଲେ ସମସ୍ତଙ୍କ ସ୍ବପ୍ନ ସତ ହୋଇନଥାଏ । ବେଳେବେଳେ ବାପା ମାଆ ପିଲାଙ୍କୁ ନେଇ ଦେଖିଥିବା ସ୍ବପ୍ନଠାରୁ ଅଧିକ କରି ଦେଖାଇଥାନ୍ତି ପିଲା । ଠିକ ଆଜି ଆମେ ଏମିତି ଜଣେ କଳାକାରଙ୍କ ସମ୍ପର୍କରେ ଜଣାଇବାକୁ ଯାହାଙ୍କ ବାପା ଭାବିଥିଲେ କି, ସେ ଜଣେ ଜର୍ଜୀ ହେବେ ମାତ୍ର ପୁଅ ବଲିଉଡର ଜଣେ ଆଗଧାଡ଼ିର କଳାକାର ହେଲେ । କେବେ କମେଡି ତ ପୁଣି କେବେ ଖଳନାୟକ । ଆଉ ଏବେ ତାଙ୍କ ଝିଅ ଦେଖାଉଛନ୍ତି ଜଲଓ୍ବା ।
ଆମେ କହୁଛୁ ବଲିଉଡର ଜଣାଶୁଣା କଳାକାର ଶକ୍ତି କପୁରଙ୍କ କଥା । ଯାହାଙ୍କ ବାପା ଭାବୁଥିଲେ କି, ପୁଅକୁ ଜର୍ଜି କରିବେ ବୋଲି । କିନ୍ତୁ ତାଙ୍କ ଭାଗ୍ୟରେ ଅଲଗା କିଛି ଲେଖା ରହିଥିଲା । ଯାହା ଆଜି ଆପଣମାନେ ପରଦାରେ ଦେଖୁଛନ୍ତି । ୭ ଶହରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମହଲରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି ଶକ୍ତି କପୁର । ତାଙ୍କର ଖଳନାୟକ ଭୂମିକା ଦର୍ଶକଙ୍କୁ ଏମିତି ଆକୃଷ୍ଟ କରିଥିଲା କି, ଲୋକେ ତାଙ୍କ ଉପରେ ରାଗି ଯାଉଥିଲେ । ଆଉ କେମଡି କଥା ନକହିବା ଭଲ । ଏବେ ତାଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ଶ୍ରଦ୍ଧାଙ୍କ ଅନେକ ଗୁଡ଼ିଏ ହିଟ୍ ଫିଲ୍ମ ରହିଥିବାବେଳେ ତାଙ୍କ ବୋଲ୍ଡ ସିନ୍ ମଧ୍ୟ ଦର୍ଶକଙ୍କୁ ମତୁଆଲା କରୁଛି ।