spot_img

Latest Posts

ବାଂଲାଦେଶରେ ବଦଳୁଛି ସ୍ଥିତି ; ୯ ବର୍ଷ ପରେ ସ୍ବଦେଶ ଫେରିବେ ସଲାଉଦ୍ଦିନ ଅହମ୍ମଦ

ଢାକା : ବାଂଲାଦେଶରେ ସରକାର ପରିବର୍ତ୍ତନ ସହ ବଦଳୁଛି ସ୍ଥିତି। ପ୍ରାୟ ୯ ବର୍ଷ ଧରି ମେଘାଳୟ ଶିଲଂରେ ରହିବା ପରେ ଆଜି ସ୍ବଦେଶ ଫେରିବେ ବାଂଲାଦେଶ ଜାତୀୟ ପାର୍ଟି ବା ବିଏନପିର ଷ୍ଟାଣ୍ଡିଂ କମିଟି ସଦସ୍ଯ ସଲାଉଦ୍ଦିନ ଅହମ୍ମଦ। ବିଏନପି ମିଡିଆ ସେଲ ସଦସ୍ଯ ସଇରୁଲ କବିର ଖାଁ କହିଛନ୍ତି ସଲାଉଦ୍ଦିନ ଦିଲ୍ଲୀରୁ ଢାକ୍କା ଫେରିବେ। ଗତ ୨୦୨୩ ଫେବୃଆରୀ ୨୮ରେ ସଲାଉଦ୍ଦିନଙ୍କୁ ଶିଲଂର ଏକ କୋର୍ଟ ମୁକ୍ତ କରିଥିଲେ। ତାଙ୍କୁ ସେହିବର୍ଷ ଜୁନ ୧୨ରେ ଟ୍ରାଭେଲ ପରମିଟ ମିଳିଥିଲା।

ମାତ୍ର ସେ ଚିକିତ୍ସା ଲାଗି ଦିଲ୍ଲୀ ଆସିଥିଲେ। ସେ ୨୦୧୫ରୁ ଶିଲଂରେ ରହି ଆସୁଥିଲେ। ତାଙ୍କୁ ଢାକ୍କାର ଉତ୍ତରାରୁ ରାପିଡ ଆକ୍ସନ ବାଟାଲିୟନ ବଳପୂର୍ବକ ଉଠାଇ ନେଇଥିଲା ବୋଲି ଅଭିଯୋଗ କରିଥିଲେ ପରିବାର। ସେ ଉଭାନ ହେବା ପରେ ବିଏନପି ଅଧ୍ଯକ୍ଷ ଖାଲେଦା ଜିଆ ତାଙ୍କ ସମ୍ପର୍କରେ ସୂଚନା ଲାଗି ଦାବି କରିଥିଲେ। ସେପଟେ ପଶ୍ଚିମବଙ୍ଗ କୁଚବେହାରର ପଠାନତୁଳିରେ ମୁତୟନ ହୋଇଛନ୍ତି ବିଏସଏଫ। ସୀମାନ୍ତରେ ଅନୁପ୍ରବେଶ ବୃଦ୍ଧି ଆଶଙ୍କା ଥିବାରୁ ସତର୍କ ରହିଛି ବିଏସଏଫ।

Latest Posts

Don't Miss