ସାଲେପାଲିରେ ଯୁବକକୁ ବିଭତ୍ସ ହତ୍ୟା ଘଟଣା; ଗିରଫ ହେଲେ ମୃତକଙ୍କ ବଡ଼ ଭାଇ

ବଲାଙ୍ଗୀର: ବଲାଙ୍ଗୀର ଟାଉନ ଥାନା ସାଲେପାଲିରେ ଯୁବକକୁ ବିଭତ୍ସ ହତ୍ୟା ଘଟଣା । ମୃତକ ରିଙ୍କୁ ମେହେରଙ୍କ ବଡ଼ ଭାଇ ପିଙ୍କୁ ମେହେର ଗିରଫ । ବୁର୍ଲା ମେଡିକାଲରୁ ପିଙ୍କୁକୁ ଗିରଫ କରିଛି ପୋଲିସ । ସିନ୍ ରିକ୍ରିଏସନ ପରେ ବିସ୍ଫୋରକ ବୟାନ ଦେଇଛି ପିଙ୍କୁ । ନୋ ଗିଲଟି ନୋ ସେମ୍ ବୋଲି କହିଛି ହତ୍ୟାକାରୀ ଭାଇ । ବହୁତ ଅତ୍ୟାଚାର କରୁଥିଲା ଟାଙ୍ଗିଆରେ ହାଣି ମାରିଦେଲି ବୋଲି କହିଛି ପିଙ୍କୁ ମେହେର । ଗତ ୧୩ ତାରିଖରେ ବାପା ମାଆଙ୍କୁ ମାଡ଼ ମାରିଥିଲା ରିଙ୍କୁ । ୧୪ ତାରିଖ ଦିନ ବେଳା ମାରିଦେଲି ବୋଲି ପିଙ୍କୁ ପୋଲିସ ଆଗରେ କହିଛି ।

ସୂଚନା ଅନୁସାରେ ଗତ ୧୭ ତାରିଖ ବନ୍ଦ ଘରୁ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ମୁଣ୍ଡ, ଗଣ୍ଡି ଅଲଗା କରି ପଲିଥିନରେ ଭର୍ତ୍ତି କରିଦେଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଏହା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରିଥିଲା ପୋଲିସ୍ ।