ସଲମାନ ଖାନ ଘରବାହାରେ ଫାଏରିଂ ଘଟଣା; ରାଜସ୍ଥାନରୁ ଧରା ହେଲା ୫ମ ଅଭିଯୁକ୍ତ

ମୁମ୍ୱାଇ : ସଲମାନ ଖାନଙ୍କ ଆପାଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୫ମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁମ୍ୱାଇର କ୍ରାଇମବ୍ରାଞ୍ଚ ଟିମ୍ ଏହି ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ।

ଇଦ୍ ପରଦିନ ବଲିଓଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ଘର ବାହାରେ ଫାଏରିଂ ହେବା ପରେ ଦିନକୁ ଦିନ ମାମଲା ଗମ୍ଭୀର ରୂପ ନେଉଛି ଏବଂ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯେତେବେଳେ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଜଣଙ୍କ ମୃତ୍ୟୁ ଘଟିବା ପରେ ମାମଲା ଅଧିକ ଗମ୍ଭୀର ହୋଇଯାଇଛି ।

ପୋଲିସ ଅନୁଯାୟୀ ଅଭିଯୁକ୍ତ ଜଣକ ଜେଲ ମଧ୍ୟରେ ହିଁ ଆତ୍ମହତ୍ୟା କରିଛନ୍ତି  । କିନ୍ତୁ ଅଭିଯୁକ୍ତ ଅନୁଜ ଥାପନର ପରିବାର ଲୋକ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଏବଂ ନ୍ୟାୟ ପାଇଁ ବମ୍ୱେ ହାଇକୋର୍ଟରେ କୋସ୍ ଫାଇଲ କରିଛନ୍ତି । ଏହା ମଧ୍ୟରେ ଆଉଜଣେ ଅର୍ଥାତ୍ ୫ମ ଅପରାଧୀକୁ କାବୁ କରିଛି ପୋଲିସ । ପଞ୍ଚମ ଅଭିଯୁକ୍ତ ଜଣକ ମହମ୍ମଦ ଚୌଧୁରୀ ବୋଲି ଜଣାପଡିଛି । ସେ ସୁଟର୍ସଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ପୋଲିସ କହିଛି ।