ଜାଣନ୍ତୁ ସଲମାନ ଖାନଙ୍କ ଜୀବନ ରକ୍ଷା କରୁଥିବା ଦୁଇ SUV କାର ସମ୍ପର୍କରେ କିଛି ଅଜଣା କଥା

1 min read

ନନ୍ଦିଘୋଷ ବ୍ୟୁରୋ: ରବିବାର ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ଼ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଲରେନ୍ସ ବିଷ୍ନୋଇର ସାନଭାଇ ନିଜକୁ ଦାୟୀ କରିଛି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଲେଖିଛି କି, ଏହା କେବଳ ଏକ ଟ୍ରେଲର । ଆଗକୁ ଆଉ ଆଉ ଘରେ ଉପରେ ଗୁଳି ଚାଲିବନି । ତେବେ ମୁମ୍ବାଇ ପୋଲିସ ସଲମାନଙ୍କ ଘର ସମ୍ମୁଖରେ କଡ଼ା ସୁରକ୍ଷା ଦେଇଥିବା ମଧ୍ୟ କୁହାଯାଉଛି । ତେବେ ଘରୁ ବାହାରକୁ ବାହାରିବା ପାଇଁ ସଲମାନ ଦୁଇଟି ବୁଲେଟ ଫ୍ରୁଫ୍ SUV କାର ରଖିଛନ୍ତି । ଏହା ସହ ଏକ ରେଞ୍ଜ ରୋଭର ମଧ୍ୟ ରଖିଛନ୍ତି । ଯାହାକି ତାଙ୍କୁ ସୁରକ୍ଷା ଦେଇଥାଏ । ଏହାସହ ସଲମାନଙ୍କ ସହ ତାଙ୍କ ଅଙ୍ଗରଖି ସେରା ସବୁବେଳେ ସାଥୀରେ ରହିଥାନ୍ତି ।

ତିହାର ଜେଲରେ ସଜା କାଟୁଥିବା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ କିଛି ବର୍ଷ ହେବ ସଲମାନ ଖାନଙ୍କୁ ଟାର୍ଗେଟ କରୁଛନ୍ତି । ସେମାନେ ପୂର୍ବରୁ ଅନେକଥର ଧମକ ଦେଉଥିବା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ସଲମାନ ବାହାରକୁ ଯିବାବେଳେ SUV କାର ବ୍ୟବହାର କରୁଥିବାବେଳେ ଗୋଟିଏର ମୂଲ୍ୟ ୨ କୋଟି ରହିଥିବାବେଳେ ଅନ୍ୟ ଏକ କାରର ଦାମ ୪.୫ କୋଟି ଟଙ୍କା ରହିଛି । ଏଗୁଡ଼ିକ ବହୁ ଶକ୍ତି ରହିଛି । ସିଧାସଳଖ ଆକ୍ରମଣ କରିବା କଷ୍ଟସାଧ୍ୟ ହୋଇଥାଏ ।