ପୂର୍ବ ଭାରତୀୟଙ୍କୁ ଚାଇନିଜ୍, ଦକ୍ଷୀଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କଲେ ଶାମ୍ ପିତ୍ରୋଦା

1 min read

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା କଂଗ୍ରେସ ନେତା ଶାମ୍ ପିତ୍ରୋଦାଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ । ଭିଡିଓରେ ଦେଇଥିବା ତାଙ୍କ  ବିବାଦୀୟ ବୟାନ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେ କହିଛନ୍ତି ଯେ, ଭାରତ ଏକ ବିବିଧତାର ଦେଶ, ଯେଉଁଠି ପୂର୍ବ ଭାରତରେ ରହୁଥିବା ଲୋକ ଚୀନ ପରି, ପଶ୍ଚିମ ଭାରତର ବାସିନ୍ଦା ଆରବ ଭଳି, ଉତ୍ତରଭାରତରେ ରହୁଥିବା ଲୋକ ଶ୍ୱେତ ଏବଂ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି  । କିନ୍ତୁ ଏଥିରେ କିଛି ଫରକ ପଡେ ନାହିଁ । ଆମେ ସମସ୍ତେ ଭାଇ ଓ ଭଉଣୀ । ସେ ଆହୁରି କହିଛନ୍ତି , ଆମେ ବିଭିନ୍ନ ଭାଷା, ଧର୍ମ , ରୀତିନୀତିକୁ ସମ୍ମାନ ଦେଇଥାଉ। ଏ ହେଉଛି ସେହି ଦେଶ ଯେଉଁଠି ମୋର ଭରସା ଅଛି ଓ ଯେଉଁଠି ସମ୍ମାନ ଦିଆଯାଏ ଏବଂ ଆପୋଷ ବୁଝାବଣା ମଧ୍ୟ କରାଯାଏ ।ହେଲେ ତାଙ୍କର ଏପରି ବୟାନକୁ ଅନେକ ଲୋକ ସମାଲୋଚନା ମଧ୍ୟ କରୁଛନ୍ତି ।