ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ: ପୁରୁଣା ସଫେଇ କର୍ମଚାରୀଙ୍କୁ ନୂଆ ସଫେଇ କର୍ମଚାରୀ ଭୁଜାଲିରେ ଆକ୍ରମଣ ଅଭିଯୋଗ

ସମ୍ୱଲପୁର: ବୁର୍ଲା ଭିମସାରରେ ୨ ସୁଇପର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ୨ଜଣ ସୁଇପରଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଭିମସାରରେ ଭର୍ତ୍ତି । ସୂଚନା ଅନୁସାରେ, ଦରମା ବୃଦ୍ଧି ଦାବିରେ କିଛି ସୁଇପର ଆନ୍ଦୋଳନରେ ବସିଛନ୍ତି । ଏହି ସମୟରେ ସଂସ୍ଥା ତରଫରୁ ଅନ୍ୟ ସୁଇପର ଆଣି କାମ କରାଯାଇଛି । ଆନ୍ଦୋଳନରତ ସୁଇପର କାମ କରିବାକୁ ମନା କରିବାରୁ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗତକାଲି ରାତିରେ କାମ କରୁଥିବା ସୁଇପରଙ୍କ ମଧ୍ୟରୁ ଜଣେ ସୁଇପର ଆନ୍ଦୋଳନରତ ସୁଇପରଙ୍କୁ ଧମକ ଦେଇଥିଲେ । ଏହାକୁ ନେଇ ଆନ୍ଦୋଳନରତ ସୁଇପରମାନେ ଥାନାରେ ଏତଲା ଦେଇଥିଲେ । ଏହା ପରେ ଆଜି ଆନ୍ଦୋଳନରତ ୨ଜଣ ସୁଇପରଙ୍କୁ କାମ କରୁଥିବା ସୁଇପର ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଗାଁ ଦାଣ୍ଡରେ ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ବଡ଼ ଭାଇ ଆଟକାଇବାରୁ ତାକୁ ମଧ୍ୟ ମାରିଲା ଦୁର୍ବୃତ୍ତ

Leave a Reply