ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକ ଠାରେ ଗୁଳିକାଣ୍ଡ l ଏମଡି ଅନିଶ ନାମକ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ଅଟକ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାସ୍ଥଳ ରେ ଦୁଇଜଣ ଅତିରିକ୍ତ ଏସପି, ବୁର୍ଲା ଏସଡ଼ିପିଓ, ବରିଷ୍ଠ ଥାନା ଅଧିକାରୀ ଉପସ୍ଥିତ ଥିବାବେଳେ ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି ସନ୍ଦେହ କରାଯାଉଛି l
ଅଭିଯୁକ୍ତ ଅଟୋରେ ଆସି ଗୁଳି ମାଡ଼ କରି ଫେରାର ମାରିଥିବା ବେଳେ ପୋଲିସ ଗୋଡାଇ ଗୋଡାଇ ଧରିଛି । ସବୁଠାରୁ ବଡ଼କଥା ହେଲା ଉଭୟେ ଗୋଟିଏ ଘରେ ଭଡ଼ା ରହୁଥିବା ବେଳେ ନିଜ ନିଜ ଭିତରେ ଝଗଡା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

