ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ, ସର୍ଫ ଏକ୍ସେଲ ନାଁରେ ହେଉଥିଲା ବ୍ରାଣ୍ଡିଂ

Sambalpur Police Seized Duplicate Detergent Surf Excel

ସମ୍ବଲପୁର: ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ପାଉଡର ଗୋଦାମ ଉପରେ ଚଢ଼ାଉ । ଅଇଁଠାପାଲି ପୋଲିସ ଚଢ଼ାଉ କରି ପାଖାପାଖି ୨୫ ହଜାର ପ୍ଯାକେଟ ସର୍ଫ ଜବତ କରିଛି । ଆଶିଷ ଅଗ୍ରୱାଲଙ୍କ ଗୋଦାମରୁ ୨୩୯ ବ୍ଯାଗ ସର୍ଫ ଜବତ କରାଯାଇଛି । ଏହା ସହ ଗୋଦାମ ମାଲିକ ଆଶିଷ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି ।

Sambalpur Police Seized Duplicate Detergent Surf Excel

ଚଢ଼ାଉ ବେଳେ ପ୍ରଥମେ ଗଚ୍ଛିତ ଥିବା ଗୋଟିଏ ବସ୍ତା ଡିଟର୍ଜେଣ୍ଟ ପାଉଡରକୁ ପରୀକ୍ଷଣ କରାଯାଇଥିଲା । ତାହା ନିମ୍ନମାନର ତଥା ନକଲି ବୋଲି ଜଣାପଡ଼ିବା ପରେ ପୋଲିସ ସମସ୍ତ ୨୩୯ ବ୍ଯାଗକୁ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ଜବତ ହୋଇଥିବା ଡିଟର୍ଜେଣ୍ଟକୁ ପରୀକ୍ଷଣ ପାଇଁ ପଠାଯିବ ।

Sambalpur Police Seized Duplicate Detergent Surf Excel

ହିନ୍ଦୁସ୍ତାନ ୟୁନି ଲିବରର ସର୍ଫ ଏକ୍ସେଲ ନାଁରେ ବ୍ରାଣ୍ଡିଂ ପ୍ଯାକେଜିଂ କରି ବିକ୍ରି କରାଯାଉଥିଲା । ସର୍ଫ ନକଲି ଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରେଡ୍ କରିଥିଲା ପୋଲିସ । ଜବତ ହୋଇଥିବା ସମସ୍ତ ବସ୍ତାରୁ ସର୍ଫ ଏକ୍ସେଲ ବ୍ରାଣ୍ଡିଂ ଡିଟର୍ଜେଣ୍ଟ ପାଉଡର ମିଳିଛି । ରେଡରେ ଅତିରିକ୍ତ ଏସପି, ଅଇଁଠାପାଲି ଥାନା ଅଧିକାରୀ, ଖେତରାଜପୁର ଥାନା ଅଧିକାରୀ ସାମିଲ୍ ଅଛନ୍ତି ।

Sambalpur Police Seized Duplicate Detergent Surf Excel

ପୂର୍ବରୁ କଟକ, ଯାଜପୁର, କଣ୍ଟାବାଞ୍ଜି ଆଦି ସ୍ଥାନରୁ ନକଲି ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ନକଲି ସର୍ଫ ଜବତ ହୋଇଛି । ଯାହାକି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ଖାଦ୍ୟରେ ବିଷ ଭରୁଥିବା ଅସାଧୁ ବ୍ୟବସାୟୀ ପୋଷାକ ଧୋଉଥିବା ବିଷାକ୍ତ ପାଉଡରକୁ ବି ଆହୁରି ବିଷାକ୍ତ କରି ସାରିଲେଣି ।

Leave a Reply