ବଢୁଛି ସଂକ୍ରମିତ ସଂଖ୍ୟା, ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ କରୋନା ମାଡ଼ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବଡ଼ ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ । ଆଜିଠୁ ୫ ଦିନ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବା ପାଇଁ କହିଛନ୍ତି କର୍ତ୍ତୃପକ୍ଷ । ଅର୍ଥାତ ୨୧ ଏପ୍ରିଲ ରୁ ୨୫ ଏପ୍ରିଲ ଯାଏ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ ।

ଲଗାତର କିଛି ଦିନ ହେବ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଆସୁଥିଲେ । ବନ୍ଦ ପାଇଁ ନିଷ୍ପତି ନିଆଯାଇଥିଲା । ରିପୋର୍ଟ ଭୁଲ ଥିବା ଜଣାପଡିବା ପରେ ଏହି ନିଷ୍ପତିରେ ପରିବର୍ତ୍ତନ ଘଟିଥିଲା । କିନ୍ତୁ ଗତକାଲି ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଏ ନେଇ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

Leave a Reply