ବିଜେପିର ଅଭିଯୋଗ,କଂଗ୍ରେସ ସରକାରରେ ଥିବା ବେଳେ ଐତିହାସିକ ଭୁଲ କରିଛି

1 min read

ଭାରତ ଏବଂ ଚୀନର ମଧ୍ୟରେ ଚାଲୁଥିବା ବିବାଦ ଉପରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବୁଧବାର ଦିନ ବିଜେପିର ଅଧ୍ୟକ୍ଷ ଜେପି ନାଡ୍ଡା ଟ୍ୱିଟ କରି କଂଗ୍ରେସ ପାର୍ଟି ଉପରେ ପ୍ରଶ୍ନ ଉଠାଇଛି । ଏବେ ବିଜେପି ପ୍ରବକ୍ତା ସମ୍ବିଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଏବଂ ରାହୁଲଙ୍କୁ ପ୍ରଶ୍ନ କରଛନ୍ତି । ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ସରକାର ଭାରତର ବହୁ ଅଂଶକୁ ପାକିସ୍ତାନ ଏବଂ ଚୀନକୁ ହଡ଼ପ କରିବାର ସୁଯୋଗ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର କହିଛନ୍ତି ଯେ, କଂଗ୍ରେସ ପାର୍ଟି ସରକାରରେ ଥିବା ବେଳେ ଐତିହାସିକ ଭୁଲ କରିଛି ।  ଗୋଟିଏ ପରିବାରର ଭୁଲ ପାଇଁ ସାରା ଦେଶ ଏବେ ତାର ମୁଲ୍ୟ ଦେଉଛି । ସମ୍ବିତ ପାତ୍ର ଏହି ଅବସରରେ ସଂସଦରେ ପଚରା ଯାଇଥିବା ସମସ୍ତ ପ୍ରଶ୍ନକୁ ସାମ୍ନାରେ ରଖିଥିଲେ ଏବଂ କହିଥିଲେ ଚୀନ ମାମଲାରେ କଂଗ୍ରେସ ସ୍ୱଭାବ ନରମ କାହିଁକି ରହିଛି ?

ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ଯେ, ସଂସଦରେ ବହୁଥର ଚୀନ ଏବଂ ପାକିସ୍ତାନକୁ ନେଇ ଅନେକ ପ୍ରଶ୍ନ କରାଯାଇଛି । ୨୦୧୨ରେ ସଂସଦରେ ପଚରା ଯାଇଥିବେ ପ୍ରଶ୍ନର ଉତ୍ତରରେ କଂଗ୍ରେସ ଜବାବ ଦେଇଥିଲା ଯେ, ପାକିସ୍ତାନ ଓ ଚୀନ୍ ଭାରତର ୭୮ ହଜାର ସ୍କୋୟାର କିମି ଜମି ହଡ଼ପ କରିଛନ୍ତି । ଏବଂ ଚୀନ ମଧ୍ୟ ଜାମ୍ମୁକାଶ୍ମୀର ଅନେକ ହଜାର କିମି ଜମି ନିଜ ଅଧିନକୁ ନେଇଛି ।

ବିଜେପି ନେତା କହିଥିଲେ ଯେ, ଚୀନ ପ୍ରଥମରୁ ହିଁ ଭାରତର ଜମି ହଡପ କରିଥିଲା ।  ଏହା ବ୍ୟତୀତ ପାକିସ୍ତାନ ମଧ୍ୟ POK ଜମିକୁ ଚୀନକୁ ହସ୍ତାନ୍ତର କରିଥିଲା । କେବଳ ସେତିକି ନୁହେଁ ସମ୍ବିତ ପାତ୍ର ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପାର୍ଟିର ମା-ପୁଅ ଦେଶରେ ଭ୍ରମ ସୃଷ୍ଟି କରି ରଖିଛନ୍ତି । ଏବଂ ହିନ୍ଦୁସ୍ଥାନର ଦୁଇଟି ରାଜ୍ୟ ଆକାର ସହ ସମାନ ଜମି  ପାକିସ୍ତାନ ଏବଂ ଚୀନ ତା ଅଧିନକୁ ନେଇ ସାରିଛନ୍ତି । ଏବେ ଆମର ପ୍ରଶ୍ନ ହେଉଛି କଂଗ୍ରେସ ସରକାର ଏହି ଜମିକୁ କାହିଁକି ଦେଇଛନ୍ତି । ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ୧୯୬୨ର ଯୁଦ୍ଧ ସମୟରେ ଠିକ୍ ସମୟରେ ଯବାନ ମାନଙ୍କୁ ଚେତାବନୀ ଦିଆଯାଇ ନଥିଲା । ସେମାନଙ୍କୁ କାନଭାସ ଜୋତା ପିନ୍ଧାଇ ଯୁଦ୍ଧକୁ ପଠାଯାଇଥିଲା ।

ବୁଧବାର ଦିନ ଜେପି ନାଡ୍ଡା ଟ୍ୱିଟ କରି କଂଗ୍ରେସ ଓ ଗାନ୍ଧୀ ଫ୍ୟାମିଲିକୁ ଟାର୍ଗେଟ୍ କରିଛନ୍ତି ।  ସେ ଲେଖିଛନ୍ତି ଯେ, ଚୀନ୍ ସହ ବିବାଦ ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳ ତଥା ଦେଶ ସରକାରଙ୍କ ସହ ଛିଡା ହୋଇଛନ୍ତି। କିନ୍ତୁ ଗୋଟିଏ ପରିବାର ଅଲାଗ । ସେହି ପରିବାର କିଏ ? ।   ଜେପି ନାଡ୍ଡା  ଆହୁରି ମଧ୍ୟ ଲେଖିଛନ୍ତି  ଯେ, କଂଗ୍ରେସ ପାର୍ଟି  କହିଲେ ଗୋଟିଏ ପରିବାରକୁ ହିଁ ବୁଝାଏ ବୋଲି ପୂରା ଦେଶ ମାନୁଛି ।

Leave a Reply