ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ସମୀର ମହାନ୍ତି

ଭୁବନେଶ୍ୱର: ସମୀର ମହାନ୍ତି ହେବେ ରାଜ୍ୟ ବିଜେପି ସଭାପତି । ଦଳୀୟ ବୈଠକ ପରେ ତାଙ୍କ ନାଁରେ ସହମତି ପ୍ରକାଶ ପାଇଥିବା ଅନୌପଚାରିକ ଭାବେ ଜଣାପଡ଼ିଛି । ଆଗରୁ ସମୀର ମହାନ୍ତି ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ, ସହମତି ଭିତ୍ତିରେ ସମୀର ମହାନ୍ତିଙ୍କ ନାଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।ବିଜେପି ରାଜ୍ୟ ସଭାପତି ଓ ୨୧ ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଥିବା କେଶୁଭାଇ ଠାକ୍‌ରେ ହଲରେ ନିର୍ବାଚନ ହେବ । ନିକଟରେ ନିର୍ବାଚିତ ୩୪ ସାଂଗଠନିକ ଜିଲ୍ଲାର ସଭାପତି ଓ ୧୭୭ ରାଜ୍ୟ ପରିଷଦ ସଭ୍ୟ ଭୋଟ୍‌ ଦେବେ ।ଅପରାହ୍ଣ ୩ଟାରୁ ନାମାଙ୍କନ ଆରମ୍ଭ ହୋଇଛି । ନିର୍ବାଚନ ସମୟରେ ବିଜେପି ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିଛନ୍ତି ।

ଖୁବଶୀଘ୍ର ଦାୟିତ୍ୱ ନେବେ ରାଜ୍ୟ ବିଜେପିର ନୂଆ ନେତୃତ୍ୱ

Leave a Reply