spot_img

Latest Posts

କୋଣାର୍କ ମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା ; ଟନେଲ ନିର୍ମାଣ ଆରମ୍ଭ, ଚୂଡ଼ାନ୍ତ ପର୍ଯ୍ୟାୟରେ କାମ

ପୁରୀ : ବିଶ୍ଵପ୍ରସିଦ୍ଧ କୋଣାର୍କ ମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ପାଇଁ ଟନେଲ ନିର୍ମାଣ ଆରମ୍ଭ ହୋଇଛି । ଏନେଇ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ASI ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରରେ ଏକ ମନିଟରିଂ ଟିମ ଅନୁଧ୍ୟାନ କରୁଛି ବୋଲି ASI ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ କହିଛନ୍ତି । ସୂର୍ଯ୍ୟମନ୍ଦିରରୁ ବାଲିକଢା ପ୍ରକ୍ରିୟା ୪ ମାସ ହେଲା ବନ୍ଦ ରହିଥିଲା । ଗତ ଡିସେମ୍ବର ୯ ତାରିଖରେ ପ୍ରତ୍ନତତ୍ତ୍ୱ ବିଭାଗ କୋର୍ କମିଟି ସଦସ୍ୟ, ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ, ବିଶେଷଜ୍ଞ ଦଳ ପ୍ରମୁଖ ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା ଓ ସୂର୍ଯ୍ୟମନ୍ଦିର ସଂରକ୍ଷଣ ନିମନ୍ତେ ଅନୁଧ୍ୟାନ କରିଥିଲେ ।

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ପଶ୍ଚିମ ଦିଗ ପ୍ରଥମ ପିଢ଼ରେ ଗର୍ଭଗୃହ ଭିତରକୁ ଟନେଲ ନିର୍ମାଣ କାର୍ଯ୍ୟ ପୂର୍ବରୁ ମନ୍ଦିର କାନ୍ଥ ପଥରର ସ୍ଥିତି ଯାଞ୍ଚ ସହ ମନ୍ଦିର ଗର୍ଭଗୃହ କାନ୍ଥର ଚଉଡା ମାପିବା ପାଇଁ ଡ୍ରିଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିର ପଥରର କୌଣସି କ୍ଷତି ନ ପହଞ୍ଚିବା ପାଇଁ ଡ୍ରିଲିଂ ପାଇଁ ଡ଼ାଇମଣ୍ଡ ଡ୍ରିଲ ମେସିନ ସହ ଜିରୋ ଭାଇବ୍ରେଶନ ମେସିନର ବ୍ୟବହାର କରାଯାଇଥିଲା । ପରେ ଗର୍ଭଗୃହର ବାଲି ଓ ଡ୍ରିଙ୍ଗି ସମୟରେ ପଥର ଗୁଣ୍ଡକୁ ସଂଗୃହୀତ କରାଯାଇ ଯାଞ୍ଚ ପାଇଁ ଆଇଆଇଟି ମାଡ୍ରାସ ପଠାଯାଇଥିଲା । ଗର୍ଭଗୃହର ବାଲିକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟ କ୍ରମେ ବାହାର କରାଯିବ। ସେଥିପାଇଁ ସମୟ ଲାଗିବ ଓ ବାଲି ବାହାରିବା ସମୟରେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି ASI ସୁପରିଟେଣ୍ଡେଣ୍ଟ।

Latest Posts

Don't Miss