spot_img

Latest Posts

ଧାନ କିଣା ନେଇ ସମବାୟ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା

ନନ୍ଦିଘୋଷ ବ୍ୟୁରୋ: ଧାନ କିଣା ନେଇ ସମବାୟ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା । ସେ କହିଛନ୍ତି- ସବୁଠାରୁ ଯନ୍ତ୍ରଣାଦାୟକ ମନ୍ତ୍ରୀଙ୍କ ବୟାନ । କିଭଳି ଧାନ ସଂଗ୍ରହ ହେବ ସେଥିପାଇଁ ଧ୍ୟାନ ଦିଅନ୍ତୁ । ଟୋକନ ପାଇଁ ସମ୍ବଲପୁର ବନ୍ଦ ହେବା ଦଶନ୍ଧିରେ ପ୍ରଥମ । ଏବେ ଉଚିତ ଜବାବ ଚାଷୀ ଦେଉଛନ୍ତି। ଆଗକୁ ବିଜେଡି ମଧ୍ୟ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ସଞ୍ଜୟ ଚେତାଇ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଭୟଙ୍କର ସ୍ଥିତି । ଭାଲିଡ ଟୋକନ ପାଇଁ ପ୍ରଥମ ଥର ପାଇଁ ଚାଷୀ ଧାରଣାରେ ବସିଛନ୍ତି । ଏପଟେ କେନ୍ଦ୍ର ସରକାର ଦେଉଥିବା ୭୯ ଟଙ୍କା ଏମଏସପି ରାଜ୍ୟର ଚାଷୀ ପାଇଲେ ନାହିଁ । ୨୦୨୪-୨୫ରେ ୨୦ ପ୍ରତିଶତ ଧାନ ସଂଗ୍ରହ ବାକି ରହିଛି । ଧାନ ସଂଗ୍ରହରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ।

ସାଟେଲାଇଟ ସର୍ଭେ ମାଧ୍ୟମରେ ଧାନ ଚାଷ ହୋଇଥିବା ସ୍ଥାନକୁ ମଧ୍ୟ କାଟି ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ତିନି ବିଭାଗକୁ ଡାକି ସମାଧାନ କରିବା ଉଚିତ ବୋଲି କହିଛନ୍ତି ସଂଜୟ । ଏହାର ଜବାବରେ ସମବାଯ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ୩ ଲକ୍ଷ ୮୫ ହଜାର ୪୦୫ଟନ ଧାନ ବର୍ତ୍ତମାନ ସୁଦ୍ଧା ଉଠିସାରିଲାଣି । ୮୫ ହଜାର ୧୮୩ ଜଣ ଚାଷୀ ଧାନ ବିକିଛନ୍ତି । ଧାନ ପ୍ରତି ଦିନ ଉଠୁଛି। ସରକାରକୁ ବଦନାମ କରିବାକୁ କିଛି ଲୋକ ଓ ବିରୋଧୀ ଦଳ ପ୍ରୟାସ କରୁଛନ୍ତି । ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି । ସରକାରଙ୍କ ପାଖେ ଖବର ଅଛି । ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠୁ ବୋଲି । କିନ୍ତୁ ତାହା ସମ୍ଭବ ନୁହେଁ । ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି ବୋଲି ପାଲଟା ଜବାବ ଦେଇଛନ୍ତି ସମବାୟ ମନ୍ତ୍ରୀ ।

Latest Posts

Don't Miss