ସଂଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମଦ ନୀତି ମାମଲାରେ ସର୍ତ୍ତମୂଳକ ଜାମିନ ପରେ ଜେଲରୁ ବାହାରିଲେ ଆପ ନେତା ସଂଜୟ ସିଂହ। ଗତକାଲି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବାବେଳେ ଆଜି ଟ୍ରାଏଲ କୋର୍ଟ ସର୍ତ୍ତ ସ୍ଥିର କରିଥିଲେ। ଏହି ସବୁ ସର୍ତ୍ତକୁ ମାନି ଜାମିନରେ ମୁକୁଳିଛନ୍ତି ସଂଜୟ ସିଂହ। ଅଦାଲତଙ୍କ ସର୍ତ୍ତ ମଧ୍ୟରେ ମୁଖ୍ୟ ସର୍ତ୍ତ ରହିଛି ସଂଜୟ ସିଂହଙ୍କୁ ତାଙ୍କର ପାସପୋର୍ଟ ସରେଣ୍ଡର କରିବାକୁ ପଡିବ। କେଉଁ ସ୍ଥାନକୁ ଯିବା ପୂର୍ବରୁ ଇଡିକୁ ଖବର ଦେବାକୁ ପଡିବ। ସଂଜୟ ସିଂହ ଯଦି ଏନସିଆର ବାହାରକୁ ଯାଉଛନ୍ତି ତେବେ ତାଙ୍କୁ ପ୍ରଥମେ ଇଡିକୁ ନିଜର କାର୍ଯ୍ୟକ୍ରମ ବିଷୟରେ କହିବାକୁ ହେବ। ଯେତେଦିନ ସଂଜୟ ସିଂହ ଜାମିନରେ ବାହାରେ ରହିବେ ସେତେ ଦିନ ପର୍ଯ୍ୟନ୍ତ ସେ ଇଡି ବିରୋଧରେ କୌଣସି ଟିପ୍ପଣୀ କରିବେ ନାହିଁ। କୋର୍ଟରେ ସଂଜୟ ସିଂହଙ୍କ ପତ୍ନୀ ଦୁଇ ଲକ୍ଷ ଟଙ୍କାର ବ୍ଯକ୍ତିଗତ ମୁଚାଳିକା ଜରିଆରେ ଏହି ଜାମିନ ପାଇଛନ୍ତି। ଗତକାଲି ସୁପ୍ରିମକୋର୍ଟ ସଂଜୟ ସିଂହଙ୍କୁ ଜାମିନ ଦେବା ସମୟରେ ଟ୍ରାଏଲ କୋର୍ଟ ଜାମିନ ସର୍ତ୍ତ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ସଂଜୟ ସିଂହଙ୍କ ଜାମିନର ବିରୋଧ କରିନଥିଲା ଇଡି। ବିରୋଧ କରିନଥିବାରୁ ସଂଜୟ ସିଂହଙ୍କୁ ଜାମିନ ମିଳିଥିଲା। ସଂଜୟ ସିଂହ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ। ଦିଲ୍ଲୀ ମଦ ନୀତି ମାମଲାରେ ଗତ ୬ ମାସ ଧରି ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ମିଳିଥିଲା ।  ଗତ ୪ ଅକ୍ଟୋବର ୨୦୨୩ରେ ସଂଜୟ ସିଂହଙ୍କୁ ଗିରଫ କରିଥିଲା ଇଡି। ଏବେ ପୁଣିଥରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସଂଜୟ ସିଂହ।