ଅନଲାଇନ ଗେମ୍ ଖେଳି ହୋଇଗଲେ କୋଟିପତି, ମିଳିବ ଆଇଫୋନ୍, ବୁଲେଟ

1 min read

ଲକ୍ଷ୍ନୌ: ୟୁପିରେ ଜଣେ ପୋଲିସ କର୍ମଚାରୀଙ୍କ ପତ୍ନୀ ରାତାରାତି କୋଟିପତି ହୋଇଛନ୍ତି । ଖାଲି ସେତିକି ନୁହେଁ, ସେ ବୁଲେଟ୍ ଏବଂ ଆଇଫୋନ୍ ସହିତ ୧ କୋଟି ଟଙ୍କା ପାଇବାକୁ ଯାଉଛନ୍ତି। ରାତାରାତି କୋଟିପତି ହୋଇଥିବା ଅର୍ଚ୍ଚନାଙ୍କ ଭାଗ୍ୟ ଏପରି ପରିବର୍ତ୍ତନ ହେବ ବୋଲି ସେ ସ୍ବପ୍ନରେ ବି ସୁଦ୍ଧା ଭାବିପାରି ନଥିଲେ ।

ୟୁପିର ସନ୍ତକବୀରନଗର ଜିଲ୍ଲାର କନଷ୍ଟେବଳଙ୍କ ପତ୍ନୀ ହେଉଛନ୍ତି ଅର୍ଚ୍ଚନା । T -20 ମ୍ୟାଚ୍ ସମୟରେ ଏକ ଅନଲାଇନ୍ କ୍ରିକେଟ୍ ଖେଳରେ ଏହି ଟଙ୍କା ଜିତିଥିଲେ। ସେ ବେଟିଂ ଲଗାଇ କୋଟିଏ ଟଙ୍କା ଜିତିଛନ୍ତି । ଏହା ବ୍ୟତୀତ ସେ ବୋନସ ହିସାବରେ ଏକ ଆଇଫୋନ୍ ଏବଂ ରୟାଲ୍ ଇନଫିଲ୍ଡ ମଧ୍ୟ ପାଇଛନ୍ତି ।

ଅର୍ଚ୍ଚନାଙ୍କର କୌଣସି ଧାରଣା ନଥିଲା ଯେ, ଭାଗ୍ୟର ଏପରି ପରିବର୍ତ୍ତନ ହେବ । କୋଟିଏ ଟଙ୍କା ଜିତିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଲୋକେ ଘରକୁ ଆସିଛନ୍ତି । ଅର୍ଚ୍ଚନା ୨୦୨୨ ମସିହାରେ ଆଇପିଏଲ୍ ମ୍ୟାଚରେ ବେଟିଂ ଲଗାଇବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ଆକାଉଣ୍ଟକୁ ଅଳ୍ପ ଟଙ୍କା ଆସିଲା । ସେତେବେଳେ ସେ ଏତେ ଉତ୍ସାହିତ ଅନୁଭବ କଲେ ଯେ, ଧୀରେ ଧୀରେ ବେଟିଂ ଲଗାଇବା ଆରମ୍ଭ କରିଦେଲେ । ଏବେ ସେ କୋଟିଏ ଟଙ୍କା ଜିତିପାରିଛନ୍ତି ।

ତାଙ୍କ ସ୍ୱାମୀ ଦେବେଶ ମିଶ୍ର ସନ୍ତକବୀର ନାଗର ଜିଲ୍ଲାର ଏବ ଥାନାରେ କନଷ୍ଟେବଳ ଭାବରେ ପୋଷ୍ଟିଂ ହୋଇଛନ୍ତି ।