ଶାନ୍ତିଝର ପର୍ଯ୍ୟଟନସ୍ଥଳରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

1 min read

ବ୍ରହ୍ମପୁର: ପର୍ଯ୍ୟଟନ ଋତୁରେ ଶାନ୍ତିଝରରେ ଭିଡ। ଗଞ୍ଜାମ ଧରାକୋଟର ପ୍ରାକୃତିକ ପରିବେଶ ଶାନ୍ତିଝର ପର୍ଯ୍ୟଟନସ୍ଥଳ। ଘଞ୍ଚ ଜଙ୍ଗଲ ସହ ସବୁଜିମା ପରିବେଶ। କିଏ ସାଙ୍ଗସାଥୀ ତ କିଏ ପରିବାର ସହ ପହଞ୍ଚିଛି । ଶୀତ ଋତୁରେ ଜମୁଛି ବଣଭୋଜିର ମଜା।

ଗଞ୍ଜାମ ଧରାକୋଟ ଠାରୁ ଦୁଇ କିଲୋମିଟ ଗଲେ ଘଞ୍ଚ ଜଙ୍ଗଲ ସହ ମିଳେ ସବୁଜ ପରିବେଶ । ଢରଣାର କୁଳୁକୁଳ ନାଦରେ ଶାନ୍ତିମୟ ପରିବେଶ । ଶାନ୍ତି ଝରl ପ୍ଯ୍ୟଟନସ୍ଥଳ । ଶୀତ ଋତୁ ଆସିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମେ । ସାଙ୍ଗସାଥୀ ଏବଂ ପରିବାର ସହ ଜମେ ବଣ ଭୋଜିର ଆସର ।  ଶାନ୍ତି ଝରରେ ଝରଣା ପାଣିର ମଜା ନେବା ସାଙ୍ଗକୁ ହୁଏ ବୁଲା ବୁଲି । ସେପଟେ ପାର୍କରେ ପିଲା ମାନେ ମଧ୍ୟ ଦୋଳିର ମଜା ନିଅନ୍ତି l ଜିଲ୍ଲା ତଥା ଜିଲ୍ଲା ବାହାରୁ ଶାନ୍ତି ଝରକୁ ଆସନ୍ତି ପର୍ଯ୍ୟଟକ l

ଶୀତଋତୁ ଆସିଲେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଲୋକଙ୍କ ଭିଡ ଜମୁଥିବା ବେଳେ ଶାନ୍ତି ଝରରେ ମଧ୍ୟ ସମାନ ଅବସ୍ଥା । ଏଠାକାର ପ୍ରାକୃତିକ ପରିବେଶ ଲୋକଙ୍କୁ ମନ୍ତ୍ରମୁଗ୍ଧ କରେ । ପାହାଡ଼ ପାଦ ଦେଶରେ ମୟୁରଙ୍କ ବିଚରଣ ଲୋକଙ୍କୁ ବେଶି ଆକର୍ଷିତ କରିଥାଏ । ସ୍କୁଲ, କଲେଜ ଠାରୁ ଆରମ୍ଭ କରି ପରିବାର ଲୋକେ ଶାନ୍ତି ଝରକୁ ଆସି ପିକନିକ୍ ପାଇଁ ପହଞ୍ଚନ୍ତି ।