ଜାନୁଆରୀ ୩ରୁ ଖୋଲିବ ଶାରଳା ମନ୍ଦିର ଓ ଗୋରଖନାଥ ପୀଠ

ଜଗତସିଂହପୁର: ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବାକୁ ଯାଉଛି ଜଗତସିଂହପୁରର ମା ଶାରଳା ମନ୍ଦିର ଓ ବିଭୁତି କ୍ଷେତ୍ର ଗୋରଖନାଥ ପୀଠ। ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ପ୍ରତେକ ଦିନ ସକାଳ ୮ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ପ୍ରତ୍ୟେକ ଦିନ ୫୦୦ ଅଧିକ ଭକ୍ତ ଦର୍ଶନ କରି ପାରିବେ ନାହିଁ ବୋଲି କୁହାଯାଇଛି । ଏହାବ୍ୟତୀତ ମକର ସଂକ୍ରାନ୍ତି ଦିନ ଉଭୟ ମନ୍ଦିର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସେହିପରି ଭଦ୍ରକର ସମସ୍ତ ଧର୍ମାନୁଷ୍ଠାନ ଜାନୁୟାରୀ ୩ରୁ ଖୋଲିବ। ଯେଉଁଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠରେ ସାଧାରଣ ଦର୍ଶନ ପାଇଁ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଡିସେମ୍ବର ୨୮ ଓ ୨୯ ତାରିଖରେ ସେବାୟତଙ୍କ ସମେତ ତାଙ୍କ ପରିବାର ଦର୍ଶନ କରିପାରିବେ ।

ସେହିପରି ଡିସେମ୍ବର ୩୦ ଓ ୩୧ ତାରିଖରେ ଆଖପାଖ ପଞ୍ଚାୟତ ଆରଡି, ଓଳଗ, ସୁନ୍ଦରପୁର , ନାନ୍ଦପୁର ଓ ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାରୁ ଅନୁମତି ଦିଆଯାଇଛି । ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ କରାଯାଉଥିବା ବେଳେ ଜାନୁଆରୀ ୩ରୁ କୋଭିଡ କଟକଣା ମଧ୍ୟରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

Leave a Reply