ଶାରଳା ମନ୍ଦିର ମୁଖ୍ୟହୁଣ୍ଡିରୁ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଶାରଳା ମନ୍ଦିର ମୁଖ୍ୟହୁଣ୍ଡିରୁ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଲକ୍ଷାଧିକ ଟଙ୍କା, ମୋବାଇଲ ଫୋନ୍‌ ଓ କଟର ମେସିନ ଜବତ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ର ମାଆ ଶାରଳାଙ୍କ ମୁଖ୍ୟହୁଣ୍ଡିର ତାଲା କାଟି ଗତ ୧୪ ତାରିଖରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା । ତିର୍ତ୍ତୋଲ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି କରଞ୍ଜିଆରୁ କେନ୍ଦୁଝର ଜିଲ୍ଲା କେରି ମଇନ ଦାକେଲ ଗାଁର ଋଷି ମହନ୍ତକୁ ଗିରଫ କରିଛି। ତା’ ଠାରୁ ୧ ଲକ୍ଷ ୮୫ ହଜାରରୁ ଅଧିକ ଟଙ୍କା, ଦୁଇଟି ମୋବାଇଲ ଫୋନ୍, କଟର ମେସନ  ଓ ରେଞ୍ଚି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଋଷି ମହନ୍ତ ଗତ ଜୁନ ମାସରେ ଶାରଳା ମନ୍ଦିରକୁ ଆସି ଲୁଟ କରିବାର ଯୋଜନା ପ୍ରସ୍ତୁତ କରି ଫେରି ଯାଇଥିଲା  । ଗତ ୧୪ ତାରିଖରେ ଚୋରି କରିଥିଲା ବୋଲି ଆଜି ଜଗତସିଂହପୁର ଅତିରିକ୍ତ ଏସପି ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଆଉ କିଏ ସମ୍ପୃକ୍ତ, ସେନେଇ ତଦନ୍ତ ଜାରି ରହିଛି ।