ବିଜେଡି ରାଜ୍ୟରେ ଶାନ୍ତିର ସହ ମୁକ୍ତ ଓ ଅବାଧ ନିର୍ବାଚନରେ ସହଯୋଗ କରିଆସିଛନ୍ତି : ସସ୍ମିତ ପାତ୍ର

ଭୁବନେଶ୍ବର: ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପରେ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବୈଠକ ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ସବୁବେଳେ ରାଜ୍ୟରେ ଶାନ୍ତିର ସହ ମୁକ୍ତ ଓ ଅବାଧ ନିର୍ବାଚନରେ ସହଯୋଗ କରିଆସିଛନ୍ତି। ରାଜ୍ୟ ବିଜେପି ଯେପରି ଭାବେ ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ମହିଳା ଓ ସରକାରଙ୍କ ଉପରେ ଅସତ୍ୟ ଅଭିଯୋଗ ଆଣିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ନେତା ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ  କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି । ଗଣତନ୍ତ୍ରରେ ଏହା ଅତ୍ୟନ୍ତ ଅଶୋଭନୀୟ । ବିଜେପିକୁ ଏସବୁରୁ ନିବୃତ ରଖିବାକୁ ସିଇଓଙ୍କୁ ଅନୁରୋଧ କରିଛି ବିଜେଡି । ଯେକୌଣସି ଦଳଳ ଅଭିଯୋଗ କଲେ ତାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ବିଜେଡି ଅନୁରୋଧ କରିଛି ।