spot_img

Latest Posts

ଜୟନାରାୟଣଙ୍କୁ ସସ୍ମିତଙ୍କ ଜବାବ, ପୂର୍ବରୁ ତାହାଲେ ମ୍ୟାନେଜ ହେଉଥିଲେ..

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣଙ୍କ ମ୍ୟାନେଜ ମନ୍ତବ୍ୟକୁ ନେଇ ବର୍ଷିଛି ଶାସକ ଦଳ । ସାଂସଦ ସସ୍ମିତ ପାତ୍ର କହିଛନ୍ତି- ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜୟନାରାୟଣ ମାନିଛନ୍ତି ତାଙ୍କ ପୂର୍ବର ବିରୋଧୀଦଳ ନେତାମାନେ ଶାସକ ଦଳ ଦ୍ବାରା ମ୍ୟାନେଜ ହେଉଥିଲେ । କିନ୍ତୁ ସେ ମ୍ୟାନେଜ ହୋଇ ପାରୁନାହାନ୍ତି। ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପ ନେତା ବିଷ୍ଣୁ ସେଠୀ, ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉଦାହରଣ ଦେଇ ସେ ସମାଲୋଚନା କରିଛନ୍ତି।

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଚପଲ ମାଡ଼ କରାଇଥିଲେ ଜୟ ନାରାୟଣ। କିନ୍ତୁ ଆଜି ସମୀର ମହାନ୍ତି ନିରବ କାହିଁକି ବୋଲି କହିଛନ୍ତି ସସ୍ମିତ । ଯେତେବେଳେ ଦଳୀୟ ନେତା ତାଙ୍କ ନେତାଙ୍କ ବିରୋଧରେ ମିଡିଆ ଆଗରେ କହୁଛନ୍ତି ଏ ବାବଦରେ ସମୀର ମହାନ୍ତି ସ୍ପଷ୍ଟୀକରଣ ରଖନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ସସ୍ମିତ ।

Latest Posts

Don't Miss